ଜଗିଂ ପାଇଁ ଜୋତା

ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା କିଣିବା ବେଳେ ନିଜେ ଉପସ୍ଥିତ ରହି ଟ୍ରାଏ କରିନେବା ଭଲ। ତେବେ ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍‌ସ ଶୁଜ୍‌ ସବୁଠୁ ଭଲ ଅପ୍ସନ।

କିଣିବା ପୂର୍ବରୁ ଜୋତା ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ରନିଂ ଶୁଜ୍‌ରେ ପାଦ ଆଗକୁ ବଢ଼ାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି ଆରାମଦାୟକ ଲାଗିବା ଦରକାର। ଏହାକୁ ନ୍ୟୁଟ୍ରାଲ୍‌ ବୋଲି କୁହାଯାଇଥାଏ।

ସେହିପରି ଜୋତାର ସପୋର୍ଟ ଠିକ୍‌ ହେବା ବି ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପି ହୋଇ ନ ରହେ।

ସବୁ ରାସ୍ତା ପ୍ଲେନ୍‌ ହୋଇ ନ ଥାଏ, ପାର୍କ ହେଉ କିମ୍ବା ଅନ୍ୟ ଯେଉଁଠାରେ ଆପଣ ଚାଲିବେ ଅବା ଦୌଡ଼ିବେ ସେଠାରେ ରାସ୍ତା ଖାଲ ଢିପ ମଧ୍ୟ ଥାଇପାରେ। ତେଣୁ ଆପଣଙ୍କ ରନିଂ ଶୁଜ୍‌ ଯେପରି ସବୁ ପ୍ରକାର ରାସ୍ତାରେ ଚାଲିଲେ ସନ୍ତୁଳନ ରକ୍ଷା କରିପାରିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ଜଗିଂ ପାଇଁ ସର୍ବଦା ସଫ୍ଟ ସୋଲ୍‌ ଜୋତା ବ୍ୟବହାର କରନ୍ତୁ। ନଚେତ୍‌ ହାର୍ଡ ସୋଲ୍‌ ପାଇଁ ପାଦ ଦରଜ ହେବା କିମ୍ବା ଫୋଟକା ହେବା ଭଳି ସମସ୍ୟା ଦେଖା ଦେଇପାରେ।