Categories: ଖେଳ

ବିରାଟଙ୍କ ମଜା ଉଡ଼ାଇଲେ ଜୋଫ୍ରା ଆର୍ଚର, ଅନୁଷ୍କା ବି ହେଲେ ଟ୍ରୋଲ୍‌

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୦)ରେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ବିରାଟ ମଜାଦାର ମୁଡ୍‌ରେ ଥିଲେ। ଓ୍ବାର୍ମ ଅପ୍‌ ଅଧିବେଶନରେ ବିରାଟ ମଜାଳିଆ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜୋଫ୍ରା ଆର୍ଚର ଏହି ଭିଡିଓରେ ବିରାଟଙ୍କ ମଜା ଉଡ଼ାଇଛନ୍ତି। ସେ ଭିଡିଓରେ ଟୁଇଟ୍‌ କରି ବିରାଟଙ୍କ ଉପରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି।

ବିରାଟଙ୍କ ଡ୍ୟାନ୍ସ ଭିଡିଓ ଶେୟାର କରି ଆର୍ଚର ଲେଖିଥିଲେ, ‘ଯେତେବେଳେ ଝିଅ ତୁମକୁ କବାଟ ବନ୍ଦ କରିବାକୁ କହିବ’। ଆର୍ଚରଙ୍କ ଏହି ଟୁଇଟ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ମଧ୍ୟ ଆର୍ଚରଙ୍କ ଏହି ଟୁଇଟ୍‌ରେ ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

Share