Categories: ଖେଳ

ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍‌ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍‌ ଏବଂ ସ୍ପିନ୍‌ ବୋଲରଙ୍କ ପାଇଁ ସହାୟକ ରହିଥାଏ। ଏଣୁ ଆସନ୍ତା ସିରିଜ୍‌ରେ ସହଜ ଉଇକେଟ ମିଳିବ ବୋଲି ଆଶା ରଖିଥିବା ଇଂଲଣ୍ଡ ଖେଳାଳି ଜୋଫ୍ରା ଆର୍ଚର କହିଛନ୍ତି।

ଏଯାବତ ୧୧ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଆର୍ଚର ପ୍ରଥମ ଥର ପାଇଁ କୌଣସି ଏସୀୟ ମଇଦାନରେ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏଠାକାର ମଇଦାନ ସ୍ପିନରଙ୍କ ପାଇଁ ଅନୁକୂଳ ଥାଏ। ହେଲେ ଦ୍ରୁତ ବୋଲରମାନେ ସଂଘର୍ଷ କରିଥାନ୍ତି। ଏନେଇ କହିବାକୁ ଯାଇ ଆର୍ଚର କହିଛନ୍ତି, ମୁଁ ଏଠାରେ ଆଇପିଏଲ୍‌ର ବହୁତ ମ୍ୟାଚ୍‌ ଖେଳିଛି। ହେଲେ ପ୍ରଥମ ଶ୍ରେଣୀ କ୍ରିକେଟର କୌଣସି ଅନୁଭବ ନାହିଁ। ଲାଲ ବଲ୍‌ରେ ବୋଲିଂ କରିବା ଆହ୍ବାନ ପାଲଟିବ। ଆଇପିଏଲ୍‌ରେ ବ୍ୟାଟ୍ସମ୍ୟାନଙ୍କୁ ପାଖକୁ ଆସିବାକୁ ପଡ଼ିଥାଏ। ହେଲେ ଟେଷ୍ଟ କ୍ରିକେଟ ଭିନ୍ନ। ପିଚ୍‌ ଡେଡ୍‌ ଥିଲେ ବୋଲର କିଛି କରିପାରିବେ ନାହିଁ। ଇଂଲଣ୍ଡ ପାଖରେ ଭଲ ସ୍ପିନର ଅଛି। ଭାରତ ଆମକୁ ସ୍ପିନ ବୋଲିଂରେ ଆମକୁ ହରାଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

Share