ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ ୧୬ରେ କରିଥିବା ଏକ ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍‌ରେ ସେ ଲେଖିଥିଲେ, ରିୟା ଏବଂ ଟେସଲେ। ଟେସଲର ଅର୍ଥ ହେଉଛି ଝୁଲିବା। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଚଳିତ ବର୍ଷ ଜୁନ୍‌ ୧୪ରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଥିରେ ତାଙ୍କ ପ୍ରେମିକା ରିୟା ହାିଥିବା କୁହାଯାଉଛି। ୬ ବର୍ଷ ପର୍ବେ ଆର୍ଚର କରିଥିବା ଟୁଇଟ୍‌ ଏବଂ ରିୟାଙ୍କ ଜୀବନୀ ମେଳ ଖାଉଥିବା ପ୍ରଶଂସକ ମତ ଦେଉଛନ୍ତି।

Share