Categories: ଖେଳ

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହି କ୍ରିକେଟର୍‌ଙ୍କ ପୁରୁଣା ଟୁଇଟ୍‌ ଭାଇରାଲ, ଜାଣନ୍ତୁ କ’ଣ ରହିଛି ସମ୍ପର୍କ

ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ବାଇଡେନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ସମୟରେ କ୍ରିକେଟର ଜୋଫ୍ରା ଆର୍ଚର ପୁଣିଥରେ ନିଜର ପୁରୁଣା ଟୁଇଟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଜୋ ବାଇଡେନଙ୍କ ବିଷୟରେ ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଆର୍ଚର ୨୦୧୪ର ଏକ ଟୁଇଟ୍‌ କରିଥିଲେ। ଉକ୍ତ ଟୁଇଟ୍‌ରେ ସେ ଆମେରିକାର ନୂତନ ରାଷ୍ଟ୍ରପତି ଜୋଙ୍କ ପ୍ରଥମ ନାମ ଲେଖିଛନ୍ତି।ଏହି ଟୁଇଟ ଯୋଗୁ ଆର୍ଚର ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ଆର୍ଚରଙ୍କ ପୁରୁଣା ଟୁଇଟ୍‌ ଭାଇରାଲ ହେଉଛି। ଏହାପୂର୍ବରୁ ମଧ୍ୟ ତାଙ୍କର ପୁରୁଣା ଟୁଇଟ୍‌ ଅନେକ ପ୍ରସଙ୍ଗରେ ଶେୟାର କରାଯାଇଛି।

Share