ଆମେରିକା ରାଷ୍ଟ୍ରପତିଙ୍କ ଆୟାରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଉପୁଜିଲା ହିଂସା

ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ ବୋମା ଓ ଅନ୍ୟ ଜିନିଷ ସହ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଶୁଭ ଶୁକ୍ରବାର ଶାନ୍ତି ଚୁକ୍ତିନାମାକୁ ବିରୋଧ କରି ପରେଡ ସମୟରେ ଏହି ହିଂସା ଘଟିଥିଲା।

ଲଣ୍ଡନଡେରିରେ ହୋଇଥିବା ହିଂସାରେ ୪ ଆୟରିଶ ଯୁବକ ପୋଲିସ ଗାଡି ଉପରେ ପେଟ୍ରୋଲ ବୋମା ପକାଉଥିବା ବେଳେ ପୋଲିସ ସେମାନଙ୍କୁ ଧରି ନେଇଥିଲା। ହେଲେ ସେତେବେଳକୁ ଗାଡି ଗୁଡିକ ଜଳି ଯାଇଥିଲା। ଏହି ନିଆଁକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ପୋଲିସ ସୂଚନା ଅନୁଯାୟୀ ଏଥିରେ କେହି ଆହତ ହୋଇ ନାହାନ୍ତି।

Share