ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟା ନ ଗଲେ ଆସିବ ମହାଭିଯୋଗ

ଓ୍ବାଶିଂଟନ୍‌,୮।୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ କନ୍ଦଳ ଦେଖାଯାଇଛି। ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା ସୃଷ୍ଟି କରିଛନ୍ତି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର କ୍ୟାପିଟାଲ ବିଲଡିଂ (ଆମେରିକୀୟ ସଂସଦ ଗୃହ) ରେ ଟ୍ରମ୍ପ ସମର୍ଥକଙ୍କ ଗଣ୍ଡଗୋଳକୁ ଦେଶଦ୍ରୋହ ବୋଲି କହିଛନ୍ତି। ହିଂସାତ୍ମକ ଆକ୍ରମଣର ଗୋଟିଏ ଦିନ ପରେ ବାଇଡେନ ଟ୍ରମ୍ପଙ୍କ ସମର୍ଥକଙ୍କୁ ଏକ ଘରୋଇ ଆତଙ୍କବାଦୀ କହି ନିନ୍ଦା କରିଥିଲେ। ଅନ୍ୟପକ୍ଷରେ ଲୋୟର ହାଉସ ଅଫ କଂଗ୍ରେସ (ସଂସଦ) ବାଚସ୍ପତି ନେନସୀ ପେଲୋସି କହିଛନ୍ତି ଯେ, ଯଦି ୨୫ତମ ସଂଶୋଧନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦିଆଯିବ ନାହିଁ, ତେବେ ଆମେରିକା ସଂସଦ ମହାଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।୍‌ ହ୍ବାଇଟ ହାଉସର ପ୍ରେସ ସଚିବ କାଏଲ ମ୍ୟାକକେନି କହିଛନ୍ତି ଯେ, ମଆମେରିକାର କ୍ୟାପିଟାଲ ବିଲଡିଂରେ ହିଂସା ଆମେରିକା ପାଇଁ ଭୟାନକ, ନିନ୍ଦନୀୟ ଏବଂ ବିରୋଧୀ ଥିଲା। ରାଷ୍ଟ୍ରପତି ଏବଂ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେ ଏହାକୁ ଦୃଢ ନିନ୍ଦା କରୁଛୁ। ଏହା ଗ୍ରହଣୀୟ ନୁହେଁ ଏବଂ ଯେଉଁମାନେ ନିୟମ ଭଙ୍ଗ କରିଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌।

Share