କଲରାଡୋ ନାଇଟ କ୍ଲବ ଗୁଳିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବାଇଡେନ

ୱାଶିଂଟନ,୨୧ ।୧୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ରବିବାର କଲରାଡୋର ଏଲଜିବିଟିକ୍ୟୁ କ୍ଲବରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଖିବୁଜା ଗୁଳିଚାଳନାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୮ ଜଣ ଆହତ ହୋଇଛନ୍ତି । ଏବେ ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦେଶରେ ଘୃଣା ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରାଯାଉ ।
ବାଇଡେନ କହିଛନ୍ତି ଆମେରିକା ଘୃଣାକୁ ବରଦାସ୍ତ କରେନାହିଁ ଅବା ତାକୁ ବରଦାସ୍ତ କରିବା ଉଚିତ ବି ନୁହେଁ ।

Share