ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ପ୍ରତିବନ୍ଧକକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୫ରେ ଲାଗୁ କରିଥିଲେ। ତା’ପରେ ଟିକ୍‌ଟକ୍‌ ସମେତ ମୋଟ ୯ଟି ଚାଇନିଜ୍‌ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଟ୍ରମ୍ପ୍‌ ଏହି ଆପଗୁଡ଼ିକୁ ଆମେରିକାର ନାଗରିକ ଏବଂ ଆମେରିକାର ସୁରକ୍ଷା ପ୍ରତି ବିପଦ ବୋଲି କହିଥିଲେ।

ଅନ୍ୟପକ୍ଷରେ ବାଇଡେନ୍‌ଙ୍କ ଏହି ପଦକ୍ଷେପ ଚାଇନା ପାଇଁ ଆଶ୍ୱସ୍ତିକର ଖବର ବୋଲି କୁହାଯାଇପାରିବ ନାହିଁ। ଏହାର କାରଣ ହେଉଛି ହ୍ବାଇଟ୍‌ ହାଉସ୍‌ ବର୍ତ୍ତମାନ ଚାଇନାର ଆପ୍‌ ଏବଂ କମ୍ପାନୀଗୁଡିକ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛି। ହ୍ବାଇଟ୍‌ ହାଉସ କହିଛି, ଆମେ ଏହି ବିଷୟରେ ପୁନର୍ବାର ବିଚାର କରୁଛୁ ଏବଂ ଶୀଘ୍ର ସଠିକ୍‌ ନିଷ୍ପତ୍ତି ନେବୁ।

Share