ଜି-୭ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୦।୫: ଜାପାନର ହିରୋଶିମା ସହରରେ ଆୟୋଜିତ ହୋଇଛି ଜି-୭ ଶିଖର ସମ୍ମିଳନୀ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି ଜି-୭ ଶିଖର ସମ୍ମିଳନୀ ଅବସରରେ ବାଇଡେନ ଜେଲନସ୍କିଙ୍କ ସହ ସାକ୍ଷାତ୍‌ କରିବାକୁ ଉତ୍ସାହିତ ଅଛନ୍ତି।
ମେ୧୯ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିରୋଶିମାନେ ପହଞ୍ଚି ସାରିଛନ୍ତି। ତେବେ ଏହିଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବେ। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମଥର ଏହି ସମ୍ମିଳନୀରେ ମୋଦି ଜେଲନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀରେ ମୋଦି ୟୁକ୍ରେନରେ ଶାନ୍ତିର ଆହ୍ବାନ ଦେଇଥିଲେ। ନୂଆଦିଲ୍ଲୀରେ ଜର୍ମାନ ଚାନସଲର ଓଲାଫ ସ୍କୋଲ୍ଜଙ୍କ ସହ ଏକ ମିଳିତ ପ୍ରେସ କନଫରେନ୍ସରେ ମୋଦି ଏହି ଆହ୍ବାନ ଦେଇଥିଲେ।
Share