ଜୋ ବାଇଡେନଙ୍କ ସହାୟତା ପ୍ୟାକେଜ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୩୦ ହଜାର ଟଙ୍କା

ୱାଶିଂଟନ,୧୫ ।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ । ହେଲେ ଏହା ପୂର୍ବରୁ ସେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି । କରୋନା ଯୋଗୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ୧.୯ ଟ୍ରିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଆମେରିକାର ଉଭୟ ସଂସଦରେ ପାସ୍ କରାଯିବ । ଏହା ଲାଗୁ ହେବା ପରେ ପ୍ରତି ଆମେରିକୀୟଙ୍କ ଖାତାକୁ ୧,୪୦୦ଡଲାର ବା ୩୦.୦୦୦ଟଙ୍କା ଆସିବ ବୋଲି କୁହାଯାଉଛି । ଏହାସହ ବାଇଡେନଙ୍କ ପ୍ୟାକେଜରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ଆଶ୍ୱସ୍ତି ମିଳିବ । ଏହି ପ୍ୟାକେଜକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ ନାମ ଦିଆଯାଇଛି ।

Share