ରାଜଧାନୀରେ ଝଲସିବ ଯୋଧପୁର ରାଜପ୍ରାସାଦ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ମା’ ଜଗଜ୍ଜନନୀଙ୍କ ଆବାହନ ପାଇଁ ଏବେଠୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ବାରି ହୋଇପଡୁଛି। ସମସ୍ତେ ମା’ଙ୍କ ଧରାବତରଣ ପାଇଁ ଚାହିଁ ବସିଛନ୍ତି। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିକୁ ମଧ୍ୟ ଜୋର୍‌ଦାର କରାଯାଇଛି। ୨୨ ବର୍ଷ ପୂରଣ କରିଥିବା ବରମୁଣ୍ଡା ଦୂର୍ଗାପୂଜା କମିଟି ଏଥର ୨୩ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ପୂଜା ବ୍ୟୟ ଅଟକଳ ୨୫ରୁ ୩୦ ଲକ୍ଷ ଟଙ୍କା ରହିଛି। ପ୍ରତିଥର ନୂଆ ନୂଆ ତୋରଣ କରି ସ୍ବତନ୍ତ୍ରତା ବଜାୟ ରଖୁଥିବା ଏହି ପୂଜା କମିଟି ଏଥର ଶ୍ରଦ୍ଧାଳୁଙ୍କୁ ରାଜସ୍ଥାନ ଯୋଧପୁର ରାଜପ୍ରସାଦ ଭେଟି ଦେଉଛି। ରାଜପୁତଙ୍କ ଐତିହ୍ୟର ଗାଥା ବହନ କରୁଥିବା ଏହି ତୋରଣରେ ଝଲସିବ ସହର। ୧୨୦ ଫୁଟ ଚଉଡା ଓ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ମେଦିନିପୁରର କାରିଗର ସୁବାଷ ମଣ୍ଡଳ ଓ ସାଥୀ ଲାଗିପଡ଼ିଛନ୍ତି। ସେହିପରି ମା’ଙ୍କ ପ୍ରତିମାର ଉଚ୍ଚତା ୧୪ ଫୁଟ ରହିବ। ଏହାକୁ କେନ୍ଦ୍ରାପଡ଼ା ମାର୍ଶାଘାଇର କାରିଗର ନିର୍ମାଣ କରୁଛନ୍ତି। ସୁନାର ଟିକା, ସିନ୍ଥି, କାନଫୁଲ ସହିତ ୧୫କେଜି ରୁପାରେ ସଜେଇ ହେବେ ମା’ ଦଶଭୂଜା। ସପ୍ତମୀରେ ପ୍ରାୟ ୩ହଜାର ଲୋକଙ୍କ ପାଇଁ ମାଗଣା ପ୍ରସାଦ ସେବନର ଆୟୋଜନ କରାଯାଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସପ୍ତମୀରେ ନିମାପଡ଼ାର ପାରମ୍ପରିକ ଘୋଡ଼ାନାଚ ସହିତ ଅଷ୍ଟମୀରେ କଟକର ମେଲୋଡି ଏବଂ ନବମୀରେ ବ୍ରହ୍ମପୁରର ମେଲୋଡି ପରିବେଷଣ କରାଯିବ। ସେହିପରି ମୀନାବଜାର, ବିପଦମୁକ୍ତ ଦୋଳିର ବ୍ୟବସ୍ଥା ମଧ୍ୟ ରହିବ।
ଅପରପକ୍ଷେ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଫେରିବ ରାବଣ ପୋଡ଼ି। ୬୫ ଫୁଟ ରାବଣ ମୂର୍ତ୍ତି ତିଆରି ଦାୟିତ୍ୱ ନେଇଛନ୍ତି ପୁରୁଣା ଭୁବନେଶ୍ୱରର କାରିଗର। ସରକାରଙ୍କ ନିୟମ ଅନୁଯାୟୀ କମ୍‌ ଶବ୍ଦଯୁକ୍ତ ବାଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୭୦ଜଣ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ ହେବେ। ମହିଳାଙ୍କ ସୁରକ୍ଷା ତଥା ସହାୟତା ପାଇଁ ମହିଳା ଭଲ୍ୟୁଣ୍ଟର ମଧ୍ୟ ରହିବେ। ମଣ୍ଡପ ଓ ଏହା ଆଖପାଖରେ ୧୦ ସିସିଟିଭି କ୍ୟାମେରା ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri