Categories: ଜାତୀୟ

ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ

ଜୋଧପୁର,୧୮।୪: ଚରିତ୍ର ଉପରେ ସନ୍ଦେହ କରିବାରୁ ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ। ପ୍ରମାଣ ନଷ୍ଟ କରିବା ପରେ ପାଇଁ ଘରେ ଥିବା ଲୁହା ସନ୍ଦୁକରେ ଲୁଚାଇ ଥିଲେ ନଣନ୍ଦର ମୃତଦେହ। କିନ୍ତୁ ୩ ଦିନ ପରେ ପ୍ରବଳ ଗନ୍ଧ ହେବା ପରେ ସାମ୍ନାକୁ ଆସିଛି ଏହି ହତ୍ୟାକାଣ୍ଡ।

ରାଜସ୍ଥାନର ଜୋଧପୁରର ଝାନଓ୍ବାର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ତଦନ୍ତକାରୀ ଅଫିସର କିଷନ ଲାଲ ବିଷ୍ନୋଇଙ୍କ ଅନୁଯାୟୀ, ରେଖା ଦୁଇ ଛୁଆଙ୍କ ସହ ବଡଲିଆ ଗ୍ରାମରେ ରୁହନ୍ତି। ଗତ ଦୁଇ ଦିନ ତଳେ ତାଙ୍କ ପାଖକୁ ଆସିଥିଲେ ଭାଉଜ ପୁଜା। ଆସିବା ଦିନଠାରୁ ପୁଜା ଦିନ-ରାତି ଫୋନରେ କଥା ହେଉଥିଲେ। ଏଣୁ ଭାଉଜ ପୂଜାର ଚରିତ୍ର ଉପରେ ବଢ଼ିଥିଲା ନଣନ୍ଦର ସନ୍ଦେହ। ଆଉ ଏ ସମ୍ପର୍କରେ ଭାଇକୁ ଜଣାଇ ଦେବେ ବୋଲି କହିଥିଲେ ରେଖା। ଏହା ଥିଲା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ। ଏଥିରେ ଭୟଭୀତ ହୋଇ ପଡ଼ିଥିଲେ ପୁଜା। ଶୋଇଥିବା ଅବସ୍ଥାରେ ରେଖାଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସନ୍ଦୁକରେ ମୃତଦେହକୁ ଲୁଚାଇ ଦେଇଥିଲେ।

Share