ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ବହୁଦିନର ଫାଇଲ ଖୋଜିବାକୁ ପଡ଼ିବ କହି ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହିଭଳି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଦେଖିବାକୁ ମିଳିଛି।
ତେନ୍ତୁଳିଖୁଣ୍ଟି ବ୍ଲକର ୨ଜଣ ଶିକ୍ଷକ ଅଜୟ କୁମାର ହରିଜନ ଓ ସୁରେନ୍ଦ୍ର ହରିଜନଙ୍କୁ ଜାନୁୟାରୀ ୩ରେ ୫ବି୨ରୁ ପଦୋନ୍ନତି କରାଯାଇ ଲେଭେଲ ୪କୁ ସାଧାରଣ ବର୍ଗରେ ପଦୋନ୍ନତି କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସାଧାରଣ ବର୍ଗ ସଂରକ୍ଷଣରେ ସୁରେନ୍ଦ୍ରଙ୍କୁ ମଞ୍ଚାଗାଁ ଉଚ୍ଚ ପ୍ରାଥମିକ ଓ ଅଜୟଙ୍କୁ ଗୋତିପୁଟ ପିୟୁପିଏସ୍‌କୁ ପଦୋନ୍ନତି କରାଯାଇଛି। ସେମାନେ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ସାଧାରଣ ବର୍ଗରେ ପଦୋନ୍ନତି ପାଇଛନ୍ତି। ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ସରକାରୀ ନିୟମାନୁଯାୟୀ, ଜଣେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଶିକ୍ଷକଙ୍କୁ ସାଧାରଣ ବର୍ଗ ସଂରକ୍ଷଣ ମିଳିପାରିବ ନାହିଁ। ତଦନ୍ତ ହେବ। ଯଦି ପଦୋନ୍ନତି ପାଇବାକୁ ସାଧାରଣ ବର୍ଗର ଶିକ୍ଷକ ଥିବେ ତେବେ ପୂର୍ବରୁ ପଦୋନ୍ନତି ପାଇଥିବା ଅନୁସୂଚିତ ଜାତି ବର୍ଗର ଶିକ୍ଷକଙ୍କ ପଦୋନ୍ନତି କାଟି ଦିଆଯିବ। ଯଦି କୌଣସି ଅଧିକାରୀଙ୍କ ଭୁଲ୍‌ ରହିଛି ତାଙ୍କୁ କୈଫିୟତ ମଗାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି। ଅଜୟ ଓ ସୁରେନ୍ଦ୍ର ଅନୁସୂଚିତ ଜାତି(ଏସ୍‌ସି) ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷା ସହାୟକ ଚାକିରି ପାଇଥିଲେ। ଅଜୟ ନିୟମିତ ହେବା ପରେ ୨୦୧୨ ଡିସେମ୍ବର ୧୪ରେ ସର୍ଭିସ୍‌ ବହି ଖୋଲାଯାଇଥିଲା। ସେଠାରେ ଜାତି ଏସ୍‌ସି ଉଲ୍ଲେଖ ଥିଲା। ନୋଟାରିରେ ବ୍ୟକ୍ତଗତ ସତ୍ୟପାଠ ୨୦୨୧ ଏପ୍ରିଲ ୧୬ରେ ବିଇଓଙ୍କୁ ଦେଇଥିଲେ। ବିଇଓ ୨୦୨୧ ମେ ୩୧ରେ ଅର୍ଡର ନଂ. ୮୭୧/୨୧ ଅନୁଯାୟୀ ସର୍ଭିସ୍‌ ବହିରେ ଉଲ୍ଲେଖକଲେ ଅଜୟ ଧର୍ମ ପରିବର୍ତ୍ତନ କରିଛନ୍ତି। ଏସ୍‌ସି ବର୍ଗ ପାଇଁ ରହିଥିବା କୌଣସି ସୁବିଧା ସୁଯୋଗ ନେବେ ନାହିଁ। ଏ ନେଇ ସର୍ଭିସ୍‌ ବହିରେ ଏସ୍‌ସିକୁ କାଟି ସାଧାରଣ ବର୍ଗ ବୋଲି ଉଲ୍ଲେଖ କରାଯାଇଛି। ସେହିଭଳି ସୁରେନ୍ଦ୍ର ହରିଜନ ମଧ୍ୟ ନୋଟାରିରେ ବ୍ୟକ୍ତିଗତ ସତ୍ୟପାଠ ବିଇଓଙ୍କୁ ୨୦୨୧ ଜୁନ୍‌ ୧ରେ ପ୍ରଦାନ କଲେ। ସେ ଧର୍ମ ପରିବର୍ତ୍ତନ କରିଥିବା କଥା ସେଠାରେ ଉଲ୍ଲେଖ ଥିଲା। ବିଇଓ ତାଙ୍କ ସର୍ଭିସ୍‌ ବହିରେ ୨୦୨୧ ଜୁନ୍‌ ୧୭ରେ ଅର୍ଡର ନଂ. ୯୮୫/୨୧ ଅନୁଯାୟୀ ଏସ୍‌ସିବର୍ଗକୁ କାଟି ସାଧାରଣ ବର୍ଗ ଉଲ୍ଲେଖ କରିଛନ୍ତି। ବିଇଓ ସେହି ସମୟରେ ଅଜୟ ଓ ସୁରେନ୍ଦ୍ର ଚାକିରି କରୁଥିବା ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠିକରି ବିଦ୍ୟାଳୟର ମୂଳ ସର୍ଭିସ୍‌ ବହିରେ ଏହାକୁ ରଖିବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଏନେଇ ଅଜୟଙ୍କୁ ପଚାରିବାରୁ ସେ ୨୦୦୬ରେ ଏସ୍‌ସି ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ଚାକିରି ପାଇଥିଲେ। ପରେ ହିନ୍ଦୁଧର୍ମ ପରିବର୍ତ୍ତନ କରିଥିଲେ ବୋଲି କହିଥିଲେ । ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଡିକ୍ଲାରେଶନ ସେ ବିଇଓଙ୍କୁ ଦେଲେ। ୨୦୨୧ରେ ମଧ୍ୟ ଗୋଟିଏ ପଦୋନ୍ନତି ପାଇଛନ୍ତି ଓ ଏବେ ମଧ୍ୟ ସାଧାରଣ ବର୍ଗରେ ପଦୋନ୍ନତି ପାଇଛନ୍ତି । ଅଧିକ ତଥ୍ୟ ଓ ସତ୍ୟାସତ୍ୟ ଜାଣିବା ପାଇଁ ହେଲେ ଅଥରିଟିଙ୍କଠାରୁ ସମସ୍ତ କାଗଜପତ୍ର ନେଇପାରିବେ ବୋଲି ସେ କହିଛନ୍ତି। ଏନେଇ ସୁରେନ୍ଦ୍ରଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ କଥା କହିଥିଲେ। ଏନେଇ ତେନ୍ତୁଳିଖୁଣ୍ଟି ବିଇଓ ସମରେନ୍ଦ୍ର ଭୌମିକଙ୍କୁ ପଚାରିବାରୁ ବହୁଦିନ ତଳର ଫାଇଲ ଖୋଜିବାକୁ ପଡ଼ିବ। ଯାହା ସର୍ଭିସ୍‌ ବହିର ନକଲରୁ ଜଣାପଡୁଛି ସେହି ସମୟରେ ଅଜୟ ଓ ସୁରେନ୍ଦ୍ର ନୋଟାରିରେ ଆଫିଡେଭିଟ ପରେ ସେମାନେ ଏସ୍‌ସିରୁ ସାଧାରଣ ବର୍ଗକୁ ଆସିଛନ୍ତି। ତେବେ ଫାଇଲ ମିଳିବା ପରେ ପ୍ରକୃତରେ କ’ଣ ହୋଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।
ପରିବର୍ତ୍ତନ ପାଇଁ ସମ୍ବିଧାନିକ ନିୟମ ରହିଛି ସତ। ଧର୍ମ ପରିବର୍ତ୍ତନ ପରେ ସର୍ଭିସ୍‌ ବହିରେ ଏସ୍‌ସିରୁ ସାଧାରଣ ବର୍ଗକୁ ପରିବର୍ତ୍ତନ କରିଦିଆଗଲା। ଜାତିଗତ ପ୍ରମାଣପତ୍ର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ଏହାର ତଦନ୍ତ କରିବାକୁ ଦାବି ହୋଇଛି। ନୋଟାରିରେ ସତ୍ୟପାଠ କରିଦେବା ଧର୍ମ ପରିବର୍ତ୍ତନ ପାଇଁ ନିୟମ ସମ୍ପୂର୍ଣ୍ଣ କି ବୋଲି ପ୍ରଶ୍ନ ଉଠୁଛି। ଓଡ଼ିଶା ପ୍ରିଡମ ଅଥ ରିଲିଜିଅନ ରୁଲ୍‌ ୧୯୮୯ ଅନୁଯାୟୀ ଜଣେ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ବ୍ୟକ୍ତିଗତ ଇଚ୍ଛାପତ୍ର ଫାଷ୍ଟ କ୍ଲାସ୍‌ ବିଚାରପତିଙ୍କ ନିକଟରେ ପ୍ରଦାନ କରିବେ। ଧର୍ମ ପରିବର୍ତ୍ତନର ୧୫ ଦିନ ପୂର୍ବରୁ ଧର୍ମଗୁରୁ ତାରିଖ, ସ୍ଥାନ ନିରୂପଣ କରିବେ। ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କୁ ସୂଚନା ଦେବେ। ଫର୍ମ (କ)ରେ ଜିଲା ମାଜିଷ୍ଟ୍ରେଟଙ୍କୁ ଆବେଦନ କରିବେ ା ଜିଲାପାଳ ଏସ୍‌ପିଙ୍କୁ ତାହା ପଠାଇବେ। ଏସ୍‌ପି ତାହାକୁ ସମ୍ପୃକ୍ତ ଥାନାକୁ ପଠାଇବା ପରେ ତଦନ୍ତ ରିପୋର୍ଟ ଥାନା ପକ୍ଷରୁ ଜିଲାପାଳଙ୍କୁ ପ୍ରଧାନ କରାଯିବ। ଜିଲାପାଳ ଏନେଇ ଫର୍ମ ସି ଅନୁଯାୟୀ ରେଜିଷ୍ଟର ପରିଚାଳନା କରିବେ। ଯଦି ଏ ସବୁର ଖିଲାପ ହୋଇଥିବ ତେବେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତ ଆଇନତଃ ଜରିମାନା ଦେବେ ବୋଲି ଜିଲା ଆଇନଜୀବୀ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri