Posted inଫୁରସତ

ପ୍ରେମିକା ହେବାକୁ ଚାକିରି, ବାର୍ଷିକ ଦରମା ଜାଣିଲେ ମୁଣ୍ଡରେ ଦେବେ ହାତ

ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ସ୍ଥିତି ବହୁତ ବଦଳିଛି। ଝିଅମାନେ ଆଉ ପୂର୍ବପରି ନାହାନ୍ତି। ସେମାନେ ପୁଅମାନଙ୍କ ପରି ସମାନ ଭାବରେ ଅଧ୍ୟୟନ କରୁଛନ୍ତି, ବୁଲୁଛନ୍ତି, ଚାକିରି କରୁଛନ୍ତି। ଅଧିକାଂଶ ମହିଳା ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ଭାବେ ଜୀବନ ବିତାଉଛନ୍ତି। ଏପରି ପରିସ୍ଥିତିରେ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ, ଯିଏ କି ତାଙ୍କର ସମସ୍ତ ଖର୍ଚ୍ଚ ତାଙ୍କ ପ୍ରେମିକଙ୍କଠାରୁ ହିଁ ଉଠାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟା ୟେଲେନା ଲାଲା ନିଜ ପାଇଁ ଏକ ଭିନ୍ନ କ୍ୟାରିୟର ବାଛିଛନ୍ତି। ଯଦିଓ ସେ ଉଚ୍ଚଶିକ୍ଷିତା, ସେ ନିଜେ ଗୋଟିଏ ପଇସା ଖର୍ଚ୍ଚ କରିବାକୁ ଚାହାନ୍ତିନି ଏବଂ ପ୍ରେମିକା ସାଜି ପ୍ରଚୁର ଟଙ୍କା ରୋଜଗାର କରନ୍ତି।

ୟେଲେନା ଲାଲା ତାଙ୍କ ପ୍ରେମିକଙ୍କ ନାମ ପ୍ରକାଶ ନ କରି କହିଛନ୍ତି, ସେ ୩୪ ବର୍ଷୀୟ ଜଣେ ଯୁବକଙ୍କୁ ପ୍ରେମ କରନ୍ତି ଏବଂ ସେ ନ୍ୟୁୟର୍କର ଟେକ୍‌ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ନିକଟରେ ସେ ତାଙ୍କୁ ଭେଟିବା ପାଇଁ ବ୍ୟକ୍ତିଗତ ଜେଟ୍‌ ଯୋଗେ ଆସିଥିଲେ। ସେପ୍ଟେମ୍ବର ୨୦୨୦ରେ ସେମାନଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ସେ ତାଙ୍କୁ ଆର୍ଥିକ ସହାୟତା କରି ଆସୁଛନ୍ତି। ସେମାନେ ଏକାଠି ବୁଲିବାକୁ ଯାଆନ୍ତି ଏବଂ ଏପର୍ଯ୍ୟନ୍ତ ୫୫ଟି ବିଭିନ୍ନ ଦେଶ ପରିଦର୍ଶନ କରିଛନ୍ତି। ସେ କୁହନ୍ତି ମୋ’ ବୁଲିବାରେ ବର୍ଷକୁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଯାହା ତାଙ୍କ ପ୍ରେମିକ ଖର୍ଚ୍ଚ କରିଥାନ୍ତି।

ୟେଲେନା କହିଛନ୍ତି, ମୁଁ କୌଣସି କାମ କରେ ନାହିଁ କିନ୍ତୁ ନିଜକୁ ବ୍ୟସ୍ତ ରଖିବା ପାଇଁ ଶୋଇଥାଏ ଏବଂ ଆରାମରେ ଉଠିଥାଏ। ସେ କହିଛନ୍ତି, ମୁଁ ସବୁବେଳେ ଆରାମଦାୟକ ଜୀବନଯାପନ କରିବାକୁ ଚାହୁଁଥିଲି। ସେ ବିଶ୍ୱାସ କରନ୍ତି ଯେ, ଜଣେ ମହିଳାଙ୍କ ଯତ୍ନ ନେବା ପୁରୁଷଙ୍କ କାମ। ଯଦି ସେ ତାଙ୍କୁ ଭଲ ପାଆନ୍ତି ତେବେ ସେ ନିଜ ସାଥୀଙ୍କ ଯତ୍ନ ନେଇପାରିବେ। ମୋଟ୍‌ ଉପରେ ଟଙ୍କା ବିଷୟରେ ଚିନ୍ତା ନ କରି ସୁଖମୟ ଜୀବନଯାପନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯେଉଁ ଲକ୍ଷ୍ୟ ନେଇ ସେ ଆଜିପର୍ଯ୍ୟନ୍ତ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri