Posted inଫୁରସତ

ପ୍ରେମିକା ହେବାକୁ ଚାକିରି, ବାର୍ଷିକ ଦରମା ଜାଣିଲେ ମୁଣ୍ଡରେ ଦେବେ ହାତ

ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ସ୍ଥିତି ବହୁତ ବଦଳିଛି। ଝିଅମାନେ ଆଉ ପୂର୍ବପରି ନାହାନ୍ତି। ସେମାନେ ପୁଅମାନଙ୍କ ପରି ସମାନ ଭାବରେ ଅଧ୍ୟୟନ କରୁଛନ୍ତି, ବୁଲୁଛନ୍ତି, ଚାକିରି କରୁଛନ୍ତି। ଅଧିକାଂଶ ମହିଳା ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ଭାବେ ଜୀବନ ବିତାଉଛନ୍ତି। ଏପରି ପରିସ୍ଥିତିରେ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ, ଯିଏ କି ତାଙ୍କର ସମସ୍ତ ଖର୍ଚ୍ଚ ତାଙ୍କ ପ୍ରେମିକଙ୍କଠାରୁ ହିଁ ଉଠାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟା ୟେଲେନା ଲାଲା ନିଜ ପାଇଁ ଏକ ଭିନ୍ନ କ୍ୟାରିୟର ବାଛିଛନ୍ତି। ଯଦିଓ ସେ ଉଚ୍ଚଶିକ୍ଷିତା, ସେ ନିଜେ ଗୋଟିଏ ପଇସା ଖର୍ଚ୍ଚ କରିବାକୁ ଚାହାନ୍ତିନି ଏବଂ ପ୍ରେମିକା ସାଜି ପ୍ରଚୁର ଟଙ୍କା ରୋଜଗାର କରନ୍ତି।

ୟେଲେନା ଲାଲା ତାଙ୍କ ପ୍ରେମିକଙ୍କ ନାମ ପ୍ରକାଶ ନ କରି କହିଛନ୍ତି, ସେ ୩୪ ବର୍ଷୀୟ ଜଣେ ଯୁବକଙ୍କୁ ପ୍ରେମ କରନ୍ତି ଏବଂ ସେ ନ୍ୟୁୟର୍କର ଟେକ୍‌ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ନିକଟରେ ସେ ତାଙ୍କୁ ଭେଟିବା ପାଇଁ ବ୍ୟକ୍ତିଗତ ଜେଟ୍‌ ଯୋଗେ ଆସିଥିଲେ। ସେପ୍ଟେମ୍ବର ୨୦୨୦ରେ ସେମାନଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ସେ ତାଙ୍କୁ ଆର୍ଥିକ ସହାୟତା କରି ଆସୁଛନ୍ତି। ସେମାନେ ଏକାଠି ବୁଲିବାକୁ ଯାଆନ୍ତି ଏବଂ ଏପର୍ଯ୍ୟନ୍ତ ୫୫ଟି ବିଭିନ୍ନ ଦେଶ ପରିଦର୍ଶନ କରିଛନ୍ତି। ସେ କୁହନ୍ତି ମୋ’ ବୁଲିବାରେ ବର୍ଷକୁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଯାହା ତାଙ୍କ ପ୍ରେମିକ ଖର୍ଚ୍ଚ କରିଥାନ୍ତି।

ୟେଲେନା କହିଛନ୍ତି, ମୁଁ କୌଣସି କାମ କରେ ନାହିଁ କିନ୍ତୁ ନିଜକୁ ବ୍ୟସ୍ତ ରଖିବା ପାଇଁ ଶୋଇଥାଏ ଏବଂ ଆରାମରେ ଉଠିଥାଏ। ସେ କହିଛନ୍ତି, ମୁଁ ସବୁବେଳେ ଆରାମଦାୟକ ଜୀବନଯାପନ କରିବାକୁ ଚାହୁଁଥିଲି। ସେ ବିଶ୍ୱାସ କରନ୍ତି ଯେ, ଜଣେ ମହିଳାଙ୍କ ଯତ୍ନ ନେବା ପୁରୁଷଙ୍କ କାମ। ଯଦି ସେ ତାଙ୍କୁ ଭଲ ପାଆନ୍ତି ତେବେ ସେ ନିଜ ସାଥୀଙ୍କ ଯତ୍ନ ନେଇପାରିବେ। ମୋଟ୍‌ ଉପରେ ଟଙ୍କା ବିଷୟରେ ଚିନ୍ତା ନ କରି ସୁଖମୟ ଜୀବନଯାପନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯେଉଁ ଲକ୍ଷ୍ୟ ନେଇ ସେ ଆଜିପର୍ଯ୍ୟନ୍ତ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri