ଜବ୍‌ ସ୍କାମ୍‌: ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ

ଭୁବନେଶ୍ବର, ୨।୮(ସୁନିତ୍‌ ମିଶ୍ର): ଓଏସ୍‌ଏସ୍‌ସି(ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ) ଦ୍ୱାରା ପରିଚାଳିତ ୨୦୨୦-୨୩ ମଧ୍ୟରେ ହୋଇଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଉ। ଏହିସବୁ ପରୀକ୍ଷା ପୁଣିଥରେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଅନ୍‌ଲାଇନ ମାଧ୍ୟମରେ କରାଯାଉ। ଜାତୀୟ ସ୍ତରରେ ଏନ୍‌ଟିଏ ବହୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେପରିକି ୟୁଜିସି-ନେଟ୍‌, ନିଟ୍‌, ଆଇଆଇଟି ଆଦି ପରିଚାଳନା କରିଥାଏ। ତେଣୁ ଏନ୍‌ଟିଏ ପରୀକ୍ଷା ପରିଚାଳନା ଦେବାକୁ ଶତାଧିକ ଛାତ୍ରୀଛାତ୍ର ଦାବି କରିଛନ୍ତି। ଏହାସହ ୟୁଏଲ୍‌ବି ଆକାଉଣ୍ଟାଣ୍ଟ ଏବଂ ଜେଇ(ସିଭିଲ) ପରୀକ୍ଷାପତ୍ର ଲିକ୍‌ ଘଟଣାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଦାବି ଜୋର୍‌ ଧରିଛି। ମଙ୍ଗଳବାର ପରୀକ୍ଷାର୍ଥୀମାନେ ବର୍ଷାରେ ଭିଜିଭିଜି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।
ଶତାଧିକ ଛାତ୍ରୀଛାତ୍ର ଷ୍ଟେଟ୍‌ ଲାଇବ୍ରେରି ପାଖରୁ ଏକ ରାଲିରେ ବାହାରି ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ଏହି ଆସିବା ବାଟରେ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଆସିଥିଲେ। ଏହାପରେ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ବାହାରେ ବସି ସରକାର ବିରୋଧୀ ସ୍ଲୋଗାନ ପରେ ସ୍ଲୋଗାନ ଦେଇ ଚାଲିଲେ। ସେମାନେ ଓଏସ୍‌ଏସ୍‌ସି ପରୀକ୍ଷାର ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ମଧ୍ୟ ସେମାନେ ଦାବି କରିଛନ୍ତି। ସେମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଯେପରି ବଜାରରେ ବିଭିନ୍ନ ଜିନିଷ ନିଲାମ ହେବା ବେଳେ ଦର ଡକାଯାଏ ସେମିତି ସେମାନେ ଡାକିକି ପ୍ରତିବାଦ କରିଛନ୍ତି। ଅନ୍ୟପଟେ ପିଲାଙ୍କଠାରୁ ଟଙ୍କା ନେଇ ଚାକିରି ବିକ୍ରି କରୁଛନ୍ତି। ଏହି ଟଙ୍କା ନିର୍ବାଚନରେ ଲଢ଼େଇବେ ବୋଲି ଛାତ୍ରୀଛାତ୍ରମାନେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଛାତ୍ରୀଛାତ୍ରଙ୍କ କ୍ଷମତା ସେମାନେ ଦେଖାଇ ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାସହ ଚାକିରି ବିକ୍ରି ନ ହେଉ, ଆସନ୍ତା ୩ ତାରିଖରେ ହେବାକୁ ଥିବା ମେନ୍‌ ପରୀକ୍ଷା ସ୍ବଚ୍ଛତାରେ ହେଉ ଏବଂ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଛାତ୍ରୀଛାତ୍ରମାନେ ବର୍ଷାରେ ଭିଜି ଦାବି କରିଛନ୍ତି। ବର୍ଷାରେ ଓଦାହୋଇ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ନେବାକୁ ସେମାନେ କାର୍ଯ୍ୟାଳୟ ବାହାରେ ଅଡି ବସିଥିଲେ। ଅନେକ ସମୟ ଧରି ଅଧ୍ୟକ୍ଷ ସେଠାକୁ ଆସି ନ ଥିବା ବେଳେ ଭିଡିଓ କଲ୍‌ ମାଧ୍ୟମରେ ଅଭିଯୋଗ ଶୁଣି ଏହାର ବିଚାର କରାଯିବ ବୋଲି କହିଥିଲେ। ହେଲେ ପରୀକ୍ଷାର୍ଥୀମାନେ ଏଥିରେ ବୁଝି ନ ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପରୀକ୍ଷା ପତ୍ର ଲିକ୍‌ ମାମଲାରେ ଓଏସ୍‌ଏସ୍‌ସି କର୍ମଚାରୀଙ୍କ ହାତ ରହିଛି, ସେମାନଙ୍କୁ ଧରାଯାଉ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାପରେ ଯାଇ ଜବ୍‌ ସ୍କାମ୍‌ ବନ୍ଦ ହେବ ବୋଲି ସେମାନେ ମତ ରଖିଥିଲେ। ଓଏସ୍‌ଏସ୍‌ସି କାର୍ଯ୍ୟାଳୟ କେବଳ ନୁହେଁ ବରଂ ଲୋୟର ପିଏମ୍‌ଜିରେ ମଧ୍ୟ ପରୀକ୍ଷାର୍ଥଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ଏକାଧିକ ପରୀକ୍ଷାରେ ହୋଇଥିବା ତ୍ରୁଟି ବିରୋଧରେ ସେମାନେ ପ୍ରତିବାଦ କରିଥିଲେ। ଜଣେ ପରୀକ୍ଷାର୍ଥୀ କହିଥିଲେ , ସେମାନଙ୍କ ଓଏସ୍‌ଏସ୍‌ସି ଏବଂ ଏହାର ଅଧ୍ୟକ୍ଷ, ସରକାରଙ୍କ ଉପରେ ଭରସା ନାହିଁ। ସେମାନେ ଆଗ ଲିଖିତ ଆକାରରେ ପ୍ରତିଶ୍ରୁତି ଦିଅନ୍ତୁ। ଏଭଳି ଘଟଣା ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆଗକୁ କ’ଣ ନେବେ। ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ଅନ୍ୟ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଆଗରୁ ଓଏସ୍‌ଏସ୍‌ସି କରିଥିବା ଅନେକ ପରୀକ୍ଷାରେ ସ୍କାମ୍‌ ହୋଇଛି। ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ ମାଧ୍ୟମରେ ଏହି ସ୍କାମ୍‌ ହୋଇଛି। ସେ କେବଳ ମନ ବୁଝାଇବାକୁ ଗୋଟେ ଭିଡିଏ କଲ୍‌ କରିଛନ୍ତି।
ଅନ୍ୟପଟେ ଏହି ଘଟଣାରେ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଛାତ୍ରୀଛାତ୍ରଙ୍କୁ ଭେଟିବା ପରେ କହିଛନ୍ତି, ପିଲାମାନଙ୍କ ପାଖରେ ଚାକିରିର ବ୍ୟବସ୍ଥା ନାହିଁ। ଯାହା ଚାକିରି ଅଛି ସେଥିରେ ଯଦି ଏଭଳି ପ୍ରଶ୍ନପତ୍ର ଲିକ୍‌ ହେବ, ଯଦି ଟଙ୍କା ଦେଇ କେତେଜଣ ଚାକିରି ଚୋରାଇ ନେବେ ତେବେ ମେରିଟ୍‌ର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଏହା ବଡ଼ ଦାୟିତ୍ୱ ଯେ ଏଥିରେ ସ୍ବଚ୍ଛତା ଆସିବା ଦରକାର ବୋଲି ସେ କହିଛନ୍ତି। ଭାଜପା ନେତା ସୁରଥ ବିଶ୍ୱାଳ ପିଲାମାନଙ୍କୁ ଭେଟି କହିଛନ୍ତି, ଏହି ଦୁର୍ନୀତି ପଛରେ ଅଫିସରମାନେ ଅଛନ୍ତି। ଏଥିରେ ବହୁ ବଡ ଅଫିସର ଅଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କାରବାର ଏହାଦ୍ୱାରା ହେଉଛି। ଏକଥା ଶୁଣୁଥିଲୁ ଏବେ ଅନୁଭବ ହେଲା। ଆଗକୁ ଏନେଇ ସ୍ବର ଉଠିବ ବୋଲି ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri