ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…

ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍‌ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ ମିଳି ନ ଥାଏ। ଏହାର ସଦ୍ୟତମ ଉଦାହରଣ ଏବେ ଦେଖିବାକୁ ମିଳିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ ନିଯୁକ୍ତ ହେବା ଗର୍ବର ବିଷୟ ବୋଲି କୁହାଯାଇ୍‌ଥାଏ।

ତେବେ ପ୍ରାୟ ଏକ ଦଶନ୍ଧି ଧରି ଯୁବ ଅଧିକାରୀମାନେ ଏହି ଫୋର୍ସରେ ଚାକିରି ଛାଡିଥିବାର ନଜିର ରହିଛି। ଫୋର୍ସର ପୂର୍ବତନ ଅଧିକାରୀମାନେ ଏହାର ମୁଖ୍ୟ କାରଣ ଭାବରେ ପଦୋନ୍ନତିରେ ବିଳମ୍ବକୁ ଦର୍ଶାଇଛନ୍ତି। ପଦୋନ୍ନତି ପାଇଁ କ୍ୟାଡର ଅଧିକାରୀମାନଙ୍କୁ ଏକ ଲମ୍ବା କୋର୍ଟ ଲଢ଼େଇ କରିବାକୁ ପଡିଥାଏ। ତେବେ ବିଏସଏଫ ଗେଜେଟେଡ ଅଫିସର୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଚାକିରି ଛାଡି ପୁଣିଥରେ ଦିଲ୍ଲୀ ପୋଲିସରେ ହାବିଲଦାର ହେବା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଦିଲ୍ଲୀ ପୋଲିସର ଚିଠି ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିବେକଙ୍କ ଇସ୍ତଫା ଏବଂ ଦିଲ୍ଲୀ ପୋଲିସକୁ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ବିବେକ ଦିଲ୍ଲୀ ପୋଲିସରେ ହାବିଲଦାର (ମିନିଷ୍ଟ୍ରରିଆଲ) ଭାବରେ କାର୍ଯ୍ୟ କରୁଥିଲେ। ଯେତେବେଳେ ତାଙ୍କୁ ଦିଲ୍ଲୀ ପୋଲିସ ଏକାଡେମୀରେ ପୋଷ୍ଟ କରାଯାଇଥିଲା, ସେତେବେଳେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାଇଁ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ସଫଳ ହୋଇଥିଲା ଏବଂ ସେ ସିଏପିଏଫରେ ମନୋନୀତ ହେଲେ। ସେ ବିଏସଏଫରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନିଯୁକ୍ତ ହୋଇଥିଲେ। ୨୨ ସେପ୍ଟେମ୍ବର ୨୦୨୨ ରେ ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ।

ବିବେକଙ୍କ ପ୍ରଶିକ୍ଷଣ ବିଏସଏଫରେ ଆରମ୍ଭ ହୋଇଥିଲା। ଟ୍ରେନିଂ ସମୟରେ ଏପରି କିଛି ଘଟିଥିଲା ଯାହାଦ୍ୱାରା ସେ ଦିଲ୍ଲୀ ପୋଲିସର ହାବିଲଦାର କାମକୁ ପସନ୍ଦ କରିବା ଆରମ୍ଭ କରିଥିଲେ। ସେ ୨୦ ଜାନୁୟାରୀ ୨୦୨୩ ରେ ବିଏସଏଫ ରୁ ଇସ୍ତଫା ଦେଇଥିଲେ। ଏହା ପରେ ବିବେକ ସିସିଏସ ପେନସନ ନିୟମ ୧୯୭୨ ର ଏଫଆର ୧୩ ଏବଂ ନିୟମ ୨୬ ଅନୁଯାୟୀ ଦିଲ୍ଲୀ ପୋଲିସରେ ପୁଣି ଯୋଗଦାନ ପାଇଁ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସ ତାଙ୍କ ଆବେଦନକୁ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଡେପୁଟି ଡାଇରେକ୍ଟର / ଆଡମିନିଷ୍ଟ୍ରେଶନ, ଦିଲ୍ଲୀ ପୋଲିସ ଏକାଡେମୀ ଦ୍ୱାରା ଏକ ନିର୍ଦ୍ଦେଶନାମା ୨ ଫେବୃୟାରୀରେ ଜାରି କରାଯାଇଥିଲା। ବିବେକ ଗେଜେଟେଡ ଅଫିସର ଚାକିରି ଛାଡି ପୁଣି ହାବିଲଦାର ଚାକିରିରେ ଯୋଗ ଦେଇଥିଲେ। ତାଙ୍କୁ ଦିଲ୍ଲୀ ପୋଲିସ ଏକାଡେମୀ, ଝୌଦୋଡା କାଲାନରେ ପୋଷ୍ଟିଂ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri