ଚାକିରି: ନାହିଁ କିନ୍ତୁ ଅଛି

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତା’ର ପ୍ରଭାବ ରାଜ୍ୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଛି। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତିନିମାସରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ତେଣୁ ସରକାର ଗତ ୭ ତାରିଖରେ ଏକ ସର୍କୁଲାର ଜାରି କରି କେତେକ ଖର୍ଚ୍ଚ ଉପରେ କଟକଣା ଲଗାଇବା ସାଙ୍ଗକୁ ଠିକା କର୍ମଚାରୀଙ୍କ ଚାକିରି ନବୀକରଣ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହାସହ ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ପୁନଃ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ସେଥିରେ ଦର୍ଶାଇଛନ୍ତି। ଏହାସହିତ ପ୍ରକାଶ ପାଇଥିବା ୨୦୦୪୨ ସର୍କୁଲାର ନମ୍ବର ଦେଖନ୍ତୁ। ଏଭଳି ସ୍ଥିତିରେ ପାଖିପାଖି ୨ଲକ୍ଷ ଠିକା କର୍ମଚାରୀ ଜୀବିକା ହରାଇବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃ ନିଯୁକ୍ତି ବ୍ୟବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠିବା ଆରମ୍ଭ ହୋଲାଣି। କାରଣ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଯେଉଁ କଟକଣା ଜାରି ହେବ ବୋଲି ଅର୍ଥ ବିଭାଗ ଦର୍ଶାଇଥିଲା ସେହିଦିନ ସାଧାରଣ ପ୍ରଶାସନ ଶ୍ରୀଭୂଷଣ ଶୁକ୍ଳା ନାମକ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଖାଲି ସେତିକି ନୁହେଁ ,ଏହାର ୩ ଦିନ ପରେ ଅର୍ଥାତ୍‌ ଜୁଲାଇ ୧୦ ତାରିଖରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କୁ ଅଷ୍ଟମ ଥର ପାଇଁ ଇସ୍ପାତ ଓ ଖଣି ବିଭାଗରେ ଓଏସ୍‌ଡି ତଥା ସ୍ବତନ୍ତ୍ର ଶାସନ ସଚିବ ଭାବେ ସାଧାରଣ ପ୍ରଶାସନ ବିଭାଗ ନିଯୁକ୍ତି ଦେଇଛି। ମହାନ୍ତି ଖଣି ନିର୍ଦ୍ଦେଶକ ଥିବା ସମୟରେ ୨୦୧୮ରେ ଅବସର ନେଇଥିଲେ। ଉଚ୍ଚତମ ନ୍ୟାୟାଳୟରେ ମାମଲା ପରିଚାଳନାର ଆବଶ୍ୟକତା ଥିବା ଦର୍ଶାଇ ତାଙ୍କୁ ପ୍ରଥମେ ୬ ମାସ ପାଇଁ ସେତେବେଳେ ପୁନଃ ନିଯୁକ୍ତି ଦିଆଗଲା। ଏହିଭଳି ୨୦୧୮ରୁ ୨୦୨୦ ମଧ୍ୟରେ ତାଙ୍କୁ ୭ଥର ପୁନଃ ନିଯୁକ୍ତି ମିଳିସାରିବାପରେ ନିକଟରେ ମହାନ୍ତିଙ୍କ ସମୟ ଅବଧି ପୂରିଥିଲା। ବର୍ତ୍ତମାନ ଖଣି ନିର୍ଦ୍ଦେଶକ ଭାବେ ଆଇଏଫଏସ ଅଫିସର ଦେବୀଦତ୍ତ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିବା ପରେ ଦୀପକ ମହାନ୍ତିଙ୍କୁ ବିଭାଗରେ ଓଏସ୍‌ଡି ଭାବେ ପୁନଃନିଯୁକ୍ତି ମିଳିଲା।
ଏହିସବୁ ଘଟଣା ପରେ ଅର୍ଥ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ତାଳମେଳର ଅଭାବ ରହୁଥିବା ପରିଲକ୍ଷିତ ହେଉଛି। ସରକାରଙ୍କ ନିୟମାନୁଯାୟୀ, ଯେଉଁ ସ୍ଥାନରେ ନିଯୁକ୍ତିକୁ ନେଇ କୌଣସି ଆଇନଗତ ସମସ୍ୟା ରହିଥିବ ସେହି ସ୍ଥାନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥାଏ। ଆବଶ୍ୟକସ୍ଥଳେ ଖାଲି ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ମଧ୍ୟ ଆହ୍ବାନ କରିବା ବ୍ୟବସ୍ଥା ୨୦୧୪ରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ରହିଛି। କିନ୍ତୁ ଏ ନିୟମକୁ ଅଣଦେଖା କରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାରମ୍ବାର ପୁନଃ ନିଯୁକ୍ତି ମିଳୁଛି। ଠିକା କର୍ମଚାରୀଙ୍କ ପାଇଁ ବିପଦ ଥିବାବେଳେ ଏବଂ ଆଗକୁ କୌଣସି ନୂଆ ପଦବୀ ଚାକିରି କ୍ଷେତ୍ରରେ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭିନ୍ନ ନିୟମ ରଖାଯାଇଛି। ଅନ୍ୟପଟେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ୨୦୧୮ରେ ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହେଲା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ପୁନଃ ନିଯୁକ୍ତି ମିଳିବ ନାହିଁ। କିନ୍ତୁ ବରିଷ୍ଠ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ନିଜ କଥାକୁ ପାଳନ କରିବାରେ ବିଫଳ ହେଲେ। ସେହିବର୍ଷ ୩ ଜଣ ବରିଷ୍ଠ ଅଧିକାରୀ ତଥା ୨ଜଣ ଆଇଏଏସ ଏବଂ ଜଣେ ଆଇଏଫଏସ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଲା। ଏହାସହ ଆଉ କେତେଜଣ ଓଏଏସ୍‌ ଅଫିସରଙ୍କୁ ମଧ୍ୟ ସମାନଭାବେ ପୁନଃ ନିଯୁକ୍ତି ଦିଆଗଲା। ସେହିପରି ୨୦୨୦ରେ ଆହୁରି ୪ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ସେହିପରି ୨ଜଣ ଓଏଏସ୍‌ ଅଫିସର ଏବଂ ଜଣେ ଓଏସ୍‌ଏସ୍‌ ଅଧିକାରୀଙ୍କୁ ମଧ୍ୟ ପୁନଃ ନିଯୁକ୍ତି ମିଳିଛି। ଅନ୍ୟପଟେ ଅର୍ଥ ବିଭାଗରେ ଓଏସ୍‌ଡି ତଥା ଅତିରିକ୍ତ ଶାସନ ସଚିବ ପଦବୀରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ବର୍ଷେ ପାଇଁ ପୁନଃ ନିଯୁକ୍ତି ଦିଆଯାଇଛି। ସେହିଭଳି ପୂର୍ତ୍ତ ବିଭାଗରେ ମଧ୍ୟ ସମାନ ଦଶା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କୁ ବର୍ତ୍ତମାନ ବିଭାଗର ଓଏସ୍‌ଡି ତଥା ସ୍ବତନ୍ତ୍ର ସଚିବ ପାହ୍ୟାରେ ପୁନଃ ନିଯୁକ୍ତିି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri