ନୂଆ ଜାଗାରେ ଜବ୍‌…

ନୂଆ ଜବ୍‌ ପାଇଁ ହେଉ ଅବା ଟ୍ରାନ୍ସଫର ହେଲେ କିମ୍ବା ଜବ୍‌ ପରିବର୍ତ୍ତନ କରୁଥିଲେ, ନୂଆ ସ୍ଥାନକୁ ଯିବାକୁ ହୋଇଥାଏ। ହେଲେ ପ୍ରାରମ୍ଭିକ ସମୟରେ ଏକ ନୂଆ ସହରରେ ଆଡ୍‌ଜଷ୍ଟ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ …

କିପରି ନେବେ ଘର: ଜବ୍‌ ପାଇଁ କୌଣସି ନୂଆ ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଅଫିସ୍‌ଠାରୁ ଅଳ୍ପ ଦୂରରେ ଘର ଖୋଜନ୍ତୁ। ସେଠାରେ ଯଦି ପୂର୍ବରୁ କେହି ବନ୍ଧୁ କିମ୍ବା ପରିଚିତ ରହୁଥା’ନ୍ତି, ତେବେ ସେମାନଙ୍କ ସହାୟତା ମାଗନ୍ତୁ; ଅଧିକ ଉପକୃତ ହେବେ। ଯଦି ଏଭଳି ସୁବିଧା ନାହିଁ, ତେବେ ଇଣ୍ଟରନେଟ୍‌ର ସାହାଯ୍ୟ ନିଅନ୍ତୁ। ବର୍ତ୍ତମାନ କେତେକ ଓ୍ବେବ୍‌ସାଇଡ୍‌ରେ ଅଧିକାଂଶ ସହରରେ ଥିବା ରେଣ୍ଟେଡ୍‌ ହାଉସ୍‌ ବିଷୟରେ ସୂଚନା ମିଳିଯାଉଛି, ଯେଉଁଥିରୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଘର ଏବଂ କେତେଟଙ୍କା ଭଡ଼ା ଆଦି ଜାଣିପାରିବେ।
ଏକା ରହୁଥିଲେ: ଯଦି ସାଙ୍ଗରେ କେହି ପରିବାର ସଦସ୍ୟ ରହିବା ପାଇଁ ଚାହାନ୍ତି, ତେବେ ଯେକୌଣସି ସ୍ଥାନରେ ଭଲ ଘର ନେଇପାରିବେ। ହେଲେ ଏକା ରହିବାକୁ ପଡ଼ୁଥିଲେ ସର୍ବଦା ଅଧିକ ଲୋକ ରହୁଥିବା ଭଳି ସ୍ଥାନ ଯେପରି ଆପାର୍ଟମେଣ୍ଟ କିମ୍ବା କୌଣସି ଘରୋଇ ଲୋକଙ୍କ ଘରେ ଭଡ଼ା ରହିବା ନିରାପଦ। ଏହାବ୍ୟତୀତ ଅନେକ ସ୍ଥାନରେ ମେସ୍‌ର ବ୍ୟବସ୍ଥା ମଧ୍ୟ ରହିଛି, ଯେଉଁଠି ରହିବା ବି ଭଲ।
ମେଡ୍‌ ରଖୁଥିଲେ: କାର୍ଯ୍ୟବ୍ୟସ୍ତତା ଭିତରେ ଘର କାମ କରିବା ଅନେକ କର୍ମଜୀବୀଙ୍କ ପାଇଁ ସହଜ ହୋଇ ନ ଥାଏ। ତେଣୁ ସେମାନେ ମେଡ୍‌ ଏବଂ ରୋଷେଇ ପାଇଁ କୁକ୍‌ ମଧ୍ୟ ରଖିଥାଆନ୍ତି। ହେଲେ ନୂଆ ଜାଗାରେ ଏମାନଙ୍କୁ ରଖୁଥିଲେ କୌଣସି ବିଶ୍ୱସ୍ତ ଏଜେନ୍ସିରୁ ହିଁ ମେଡ୍‌ ରଖନ୍ତୁ। ସେମାନଙ୍କ ଆଧାରକାର୍ଡ ଏବଂ ଅନ୍ୟ ପରିଚୟ ପତ୍ର ଦେଖନ୍ତୁ। ଘରେ ଥିବା ବେଳେ ସେମାନଙ୍କୁ ଆସିବାକୁ କୁହନ୍ତୁ। ନ ଥିବା ବେଳେ ବିଶ୍ୱାସରେ କାହାକୁ ଚାବି ଦେଇଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ।
ଟ୍ରାନ୍ସପୋର୍ଟ ସୁବିଧା: ଯଦି ଆପଣଙ୍କର ପର୍ସନାଲ ଗାଡ଼ି ଅଛି, ତେବେ ଭଡ଼ାଘରେ ଏହାର ପାର୍କିଂ ସୁବିଧା ଅଛିକି ନାହିଁ ପ୍ରଥମେ ବୁଝିନିଅନ୍ତୁ। ଯଦି ଗାଡ଼ି ନାହିଁ ଏବଂ ଆପଣଙ୍କୁ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଉପରେ ନିର୍ଭର କରିବାକୁ ପଡ଼େ, ତେବେ ଘର ଭଡ଼ା ନେବା ପୂର୍ବରୁ ପାଖରେ ଏହି ବ୍ୟବସ୍ଥା ଅଛି କି ନାହିଁ ବୁଝିନିଅନ୍ତୁ।
ମାର୍କେଟ୍‌: ନିଜର ପ୍ରତ୍ୟେକ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ମାର୍କେଟ୍‌ ଯିବାକୁ ପଡ଼ିଥାଏ। ତେଣୁ ନୂଆ ସ୍ଥାନରେ ଘର ଭଡ଼ା ନେବାବେଳେ ପାଖରେ ମାର୍କେଟ୍‌ ଅଛି କି ନାହିଁ ଦେଖିନିଅନ୍ତୁ।
ମେଡିକାଲ୍‌ ସୁବିଧା: ସେହିପରି ରହିବା ପୂର୍ବରୁ ନିକଟରେ କେଉଁଠି ମେଡିକାଲ ଅଛି ମଧ୍ୟ ଭଲ ଭାବେ ବୁଝିନିଅନ୍ତୁ, କାରଣ ଏହାଦ୍ୱାରା କେବେ ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା କରାଇବା ସହଜ ହୋଇପାରିବ।
ଆପଣାନ୍ତୁ କ୍ୟାଶ୍‌ଲେସ୍‌ ବ୍ୟବସ୍ଥା: ନୂଆ ସ୍ଥାନରେ ରହିବାକୁ ହେଲେ ବିଶେଷକରି ଏକା ରହୁଥିଲେ ସୁରକ୍ଷା ଦୃଷ୍ଟିରୁ ପାଖରେ ଅଧିକ ଟଙ୍କା ନ ରଖି କ୍ୟାଶ୍‌ ବଦଳରେ କାର୍ଡ କିମ୍ବା ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଭଳି କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ। ଏଟିଏମ୍‌ରୁ ଟଙ୍କା ବାହାର କରିବାକୁ ଥିଲେ ସବୁବେଳେ ଦିନ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ ବ୍ୟବହାର କରନ୍ତୁ।
ଲୋକ ସମ୍ପର୍କ ବଢ଼ାନ୍ତୁ- ଆଜିକାଲି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ଜବ୍‌ ପାଇଁ ନୂଆ ସ୍ଥାନରେ ରହୁଥିଲେ ଘର ମାଲିକ, ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଅଫିସ୍‌ରେ ବସ୍‌ ଓ ସହକର୍ମୀଙ୍କ ସହ ସୁସମ୍ପର୍କ ରଖନ୍ତୁ। କାରଣ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଲେ ନୂଆ ଜାଗାରେ ହଠାତ୍‌ ଆବଶ୍ୟକ ବେଳେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଏହିମାନେ ନିଶ୍ଚୟ ସାହାଯ୍ୟ କରିବେ।

 

ଅମ୍ରିତ୍‌ କୁମାର ଜେନା (ସଫ୍ଟଓ୍ବେର୍‌ ଇଞ୍ଜିନିୟର, ବାଙ୍ଗାଲୋର୍‌)- ଜବ୍‌ ପାଇଁ ଯେବେ ଯାଜପୁରରୁ ବାଙ୍ଗାଲୋର ଆସିଲି, ଏକ ନୂଆ ଜାଗାରେ କେମିତି ରହିବି ବଡ଼ ଚିନ୍ତା ଥିଲା। ଅଫିସ୍‌ରେ ଜଏନ୍‌ କରିବା ପୂର୍ବରୁ ଯୋଗାଯୋଗ କରି ମୋର ଏଠାରେ ଥିବା ଦୁଇ ଜଣ ସାଙ୍ଗଙ୍କୁ ଭେଟିଲି। ଆମେ ତିନିଜଣ ମିଶି ସମସ୍ତଙ୍କୁ ଅଫିସ୍‌ ଯିବାକୁ ସୁବିଧା ହେଉଥିବା ଭଳି ସ୍ଥାନରେ ଘର ଭଡ଼ା ନେଇ ରହିଲୁ। ଫଳରେ ମୋ ସହ ଘରଲୋକଙ୍କୁ ବି ମୁଁ ଏଠାରେ ଏକୁଟିଆ ରହିବାର ଭୟ ଦୂର ହୋଇଛି ।
ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଆମେ ବାହାରେ ନ ଖାଇ ଏକାଠି ରାନ୍ଧି ଖାଇବାକୁ ବି ସୁବିଧା ହେଉଛି। ତା’ଛଡା ତିନିଜଣଙ୍କ ଅଫିସ୍‌ ଟାଇମ୍‌ ଅଲଗା ହୋଇଥିବାରୁ ଘର ସବୁ ବେଳେ ଫାଙ୍କା ରହିବାକୁ ମଧ୍ୟ ପଡୁନାହିଁ, ଯଦ୍ଦ୍ବାରା ଚୋରି ଆଶଙ୍କା ବି କମ୍‌।
ଦୀପ୍ତିମୟୀ ସ୍ବାଇଁ (କର୍ମଜୀବୀ, ଭୁବନେଶ୍ୱର)- ପାଠପଢ଼ା ପରେ ଚାକିରି କରି ରୋଜଗାରକ୍ଷମ ହେବାକୁ କିଏ ବା ନ ଚାହେଁ! ହେଲେ ଯେବେ ଚାକିରି ମିଳିଲା ମନ ଯେତିକି ଖୁସି ଥିଲା, ପ୍ରଥମ ଥର ଘରଠାରୁ ଦୂରରେ ଏକାକୀ ନୂଆ ସହରରେ କିପରି ରହିବି ଚିନ୍ତା ଲାଗୁଥିଲା। ପରିବାର ଲୋକଙ୍କ ସହ ଆସି ଅଫିସ୍‌ରେ ଜଏନ୍‌ କରିବା ପୂର୍ବରୁ ଘର ଖୋଜିଲି। ଏକା ଭଡ଼ା ରହିବା ଅପେକ୍ଷା ଅଫିସ୍‌ ହଷ୍ଟେଲ୍‌ରେ ଅନ୍ୟମାନଙ୍କ ସହିତ ରହିବା ଅଧିକ ନିରାପଦ ମନେହେଲା। ତା’ଛଡ଼ା ଏଠାରେ ନିଜେ ରାନ୍ଧିବାର ଟେନ୍‌ଶନ୍‌ ବି ନାହିଁ। ତେବେ ଏସବୁ ବ୍ୟତୀତ ମୋ ମତରେ ଏକ ଅଜଣା ଜାଗାରେ ନିଜକୁ ଆଡ୍‌ଜଷ୍ଟ କରିବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତଙ୍କ ସହ ବିଶେଷକରି ନିଜ ରୁମ୍‌ମେଟ୍‌ମାନଙ୍କ ସହ ଉତ୍ତମ ବନ୍ଧୁତା ସ୍ଥାପନ କରିବା। ଫଳରେ ଆବଶ୍ୟକ ସମୟରେ ସେହିମାନେ ହିଁ ପ୍ରଥମେ ସହାୟତାର ହାତ ବଢ଼ାଇବେ।
ଭାଗବତ ବେହେରା (କର୍ମଜୀବୀ, ପୁରୀ)- ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତଖାନାରେ କାର୍ଯ୍ୟରତ। ପ୍ରତିଦିନ ଘରୁ ଏତେ ଦୂର ଯିବାଆସିବା କରିବା ସମ୍ଭବ ନ ଥିଲା। ତେଣୁ ଜଣେ ପରିଚିତଙ୍କ ସହାୟତାରେ ଭଲ ଘରଟିଏ ଖୋଜି ଭଡା ନେଇ ରହୁଛି। ଘର ଖୋଜିବା ବେଳେ ଅଫିସ୍‌ଠୁ କମ୍‌ ଦୂର ହେବା ସହ ଏହା ପାଖରେ ମାର୍କେଟ୍‌ ଓ ଅନ୍ୟାନ୍ୟ ସୁବିଧା ଅଛି ନା ନାହିଁ ଦେଖିଥିଲି। ଧୀରେ ଧୀରେ ଘରମାଲିକ ଏବଂ ପାଖ ପଡ଼ୋଶୀଙ୍କ ସହ ମିଳାମିଶା କଲି ଏବଂ ସ୍ଥାନୀୟ ଅଞ୍ଚଳ ବିଷୟରେ ଭଲ ଭାବେ ଜାଣିଲି। ଫଳରେ ଖୁବ୍‌ କମ୍‌ ଦିନ ଭିତରେ ଏହି ସ୍ଥାନ ମୋତେ ନା ଆଉ ନୂଆ ଭଳି ମନେହେଲା ନା ଏକା ରହିବାର ଭୟ ରହିଲା। ତେବେ ଏସବୁ ବ୍ୟତୀତ ଏକା ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ବାହାରକୁ ଯିବା ବେଳେ ଭଲ ଭାବେ ଘର ବନ୍ଦ କରିବା ଏବଂ ପାଖରେ କମ୍‌ କ୍ୟାଶ୍‌ ରଖିବା ଆଦି ପ୍ରତି ଧ୍ୟାନ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବ୍ୟହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବ୍ୟହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ହେଲେ ପୁରସ୍କୃତ

ଥୁଆମୂଳରାମପୁର, ୭ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri