ନିଯୁକ୍ତି ମେଳା: ୧,୩୪୬ ଆଶାୟୀ ପଞ୍ଜୀକୃତ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସଦର, ହିନ୍ଦୋଳ, ଗଁଦିଆ, ଓଡ଼ାପଡା ସମେତ ବିଭିନ୍ନ ବ୍ଲକରୁ ୧,୩୪୬ ଆଶାୟୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ୩୪ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗଦେଇଥିଲେ। ୫ମରୁ ସ୍ନାତକ ପାସ୍‌, ବିଟେକ୍‌, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିଲା। କେତେଜଣ ତାଲିମଧାରୀ ପିଲାଙ୍କୁ ତତ୍କାଳ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏମ୍‌ପି ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଜିଲାର ବେକାର ଯୁବତୀ ଯୁବକଙ୍କୁ ଯୋଗ୍ୟତା ଅନୁଯାୟୀ ଦକ୍ଷତା ବିକାଶ କରାଇ ନିଯୁକ୍ତି ଦେବା, ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ, ଜନ ପ୍ରତିନିଧି, ପ୍ରଶାସନ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ। ଆତ୍ମନିର୍ଭର ହେବା ଲାଗି ବ୍ୟାଙ୍କ ଋଣର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ବ୍ୟାଙ୍କ କର୍ତ୍ତୃପକ୍ଷ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିବା ଜରୁରୀ। ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା କମ୍ପାନୀ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ। ସକାରାତ୍ମକ ମନୋଭାବ ନେଇ ନିଯୁକ୍ତି ପ୍ରଦାନ ନ କଲେ ଲୋକମାନେ ତାତିବେ। ଲୋକେ ତାତିଲେ ପରିସ୍ଥିତି ଜଟିଳ ହେବ ବୋଲି ଏମ୍‌ପି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଉପସଭାପତି ବିଳାସିନୀ ସେଠୀ ପ୍ରମୁଖ ଯୋଗଦେଇ ଯୁବତୀଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ସୁଯୋଗ ସୃଷ୍ଟି କରିବା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ମେଳାରେ ସଭାପତିତ୍ୱ କରି ଜିଲାପାଳ ସରୋଜ ସେଠୀ କହିଲେ, ଆସନ୍ତା ୧ ତାରିଖରେ ପରଜଙ୍ଗରେ ଅନ୍ୟ ଏକ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ସବୁ ବ୍ଲକର ବେକାର ଯୁବତୀଯୁବକ ଏଭଳି ମେଳାର ସୁଯୋଗ ନେବା ଉଚିତ ବୋଲି ସେ କହିଥିଲେ।
ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ସରୋଜ କୁମାର ଦତ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ନିୟୋଜନ ଅଧିକାରୀ କେ. ରୋଜା ଦୋରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ, ଜିଲାର ବେକାର ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଦକ୍ଷତାବିକାଶ ପ୍ରାଧିକରଣ ପକ୍ଷରୁ ଦୁଇଟି କେନ୍ଦ୍ର ରହିଛି। ଶ୍ୟାମାଚରଣପୁର କେନ୍ଦ୍ରରେ ୧୧୧ ଏବଂ କଣ୍ଟାନାଳୀ ବାଇପାସ୍‌ କେନ୍ଦ୍ରରେ ୩୦ ଛାତ୍ରୀଛାତ୍ର ପ୍ରଶିକ୍ଷଣ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। କାର୍ଯ୍ୟକ୍ରମକୁ ସଙ୍ଗୀତା ଦାସ, ସୁଶାନ୍ତ ପାଣି ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri