ମାର୍ଶାଘାଇ, ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ଦାବି

କେନ୍ଦ୍ରାପଡ଼ା ଅଫିସ,୧୬ା୫: କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଅନ୍ତର୍ଭୁକ୍ତ ୭୮୩ଟି ଦେୱାନୀ, ଫୌଜଦାରି, ପାରିବାରିକ ଓ ମୋଟରଯାନ ଦୁର୍ଘଟଣା ମଧ୍ୟରୁ ୧୭୨ଟିର ଫଏସଲା ହୋଇଥିଲା। ଏଥିସହ ୪୫୭୬ ବ୍ୟାଙ୍କଋଣ ମାମଲା ମଧ୍ୟରୁ ୧୭୯ଟି ଫଏସଲା କରାଯାଇଥିଲା। କ୍ରମବର୍ଦ୍ଧିଷ୍ଣୁ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ରାପଡ଼ାରେ ବାଣିଜି୍ୟକ କୋର୍ଟ ସ୍ଥାପନ ହେବ ବୋଲି ଗତ ୨ ତାରିଖରେ ଘୋଷଣା କରିଛନ୍ତି। ତେବେ ଜିଲାରେ ମାମଲା ସଂଖ୍ୟା ବଢୁଥିବା ବେଳେ ମାର୍ଶାଘାଇ ଓ ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଦାବି ହୋଇଛି। ଗତ ଏପ୍ରିଲ ସୁଦ୍ଧା ଜିଲାର ମୋଟ ୫୫,୩୨୯ଟି ଦେୱାନୀ ଓ ଫୌଜଦାରି ମାମଲା ପଡ଼ିରହିଛି। ଏଥିମଧ୍ୟରୁ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ୨୭,୫୧୪ ମାମଲା ବିଚାରାଧୀନ ରହିଛି। ସେହିପରି ବାଳ ଅପରାଧ ସମ୍ପର୍କିତ ୧୭୩ ମାମଲା ମଧ୍ୟରୁ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ୩୫ଟି ମାମଲା ରହିଛି। ତ୍ୱରିତ ନ୍ୟାୟ ପାଇଁ ଭିତ୍ତିଭୂମି ଯୋଗାଇଦେବାକୁ ଜିଲାର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା କୋର୍ଟର ୱେବ୍‌ ତଥ୍ୟ ଅନୁଯାୟୀ ଜିଲାଜଜ୍‌ଙ୍କ ନିକଟରେ ଗତ ଏପ୍ରିଲ ଶେଷ ସୁଦ୍ଧା ୩,୨୬୪ ମାମଲା ରହିଛି। ସେହିପରି ଆଡହକ ଏଡିଜେ କୋର୍ଟରେ ୨୩୧ଟି, ଏଡିଜେ କୋର୍ଟରେ ୧୨୫୯ଟି, ସିଜେଏମ୍‌ କୋର୍ଟରେ ୫୭୩ଟି, ରେଜିଷ୍ଟ୍ରାରଙ୍କ ନିକଟରେ ୨୦୬ଟି, ସିନିୟର ସିଭିଲ ଜଜ୍‌ କୋର୍ଟରେ ୩୭୧୪ଟି, ସିନିୟର ସିଭିଲ ଜଜ୍‌ (ଏଲ୍‌ଆର ଓ ଏଲ୍‌ଟିଭି) କୋର୍ଟରେ ୩୧୫ଟି, ଏଏସ୍‌ଜେ କୋର୍ଟରେ ୯୧୮ଟି, ସିଭିଲ ଜଜ୍‌ କୋର୍ଟରେ ୩୯୫୫, ଏସ୍‌ଡିଜେଏମ୍‌ କୋର୍ଟରେ ୨୦,୯୩୨ଟି, ପଟ୍ଟାମୁଣ୍ଡାଇସ୍ଥିତ ସିନିୟର ସିଭିଲ ଜଜ୍‌ କୋର୍ଟରେ ୩୭୩୬ଟି, ସିଭିଲ ଜଜ୍‌ ଓ ଜେଏମ୍‌ଏଫ୍‌ସି କୋର୍ଟରେ ୫୪୦୪ଟି, ଜେଏମ୍‌ଏଫ୍‌ସିରେ ୬୩୮, ଆଳିସ୍ଥିତ ଜେଏମ୍‌ଏଫ୍‌ସି ଓ ସିଭିଲ ଜଜ୍‌ କୋର୍ଟରେ ୬୯୪୧ଟି ଓ ରାଜନଗରସ୍ଥ ଏନ୍‌ଜିଏନ୍‌ ଓ ଜେଏମ୍‌ଏଫ୍‌ସି କୋର୍ଟରେ ୩୨୪୩ଟି ମାମଲା ରହିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରମୋଦ କୁମାର ସ୍ବାଇଁ, ପ୍ରତାପ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ। ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ୍‌ ମାରେ ସେଠାରେ ସାଧାରଣ ଲୋକ ବିଚାର ବିଭାଗର ଆଶ୍ରା ନେଇଥାନ୍ତି। ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି। ଏସବୁ ମଧ୍ୟରେ ଜିଲାର ମାର୍ଶାଘାଇ ଅଞ୍ଚଳ ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମିରେ ପଛୁଆ ଅଛି। ପୂର୍ବରୁ ଏହି ଅଞ୍ଚଳରେ ଗ୍ରାମ୍ୟ ନ୍ୟାୟାଳୟ ବା ଜେଏମ୍‌ଏଫ୍‌ସି ହେବ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଥିଲେ। ରାଜନେତା ଏ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ। ଏପରି କି ଏଠାରେ ଥିବା ପୋଲିସ ପ୍ରଶାସନର ସିଆଇ କାର୍ଯ୍ୟାଳୟକୁ ଉଠାଇ ଦିଆଯାଇଛି। ସେହିପରି ମାର୍ଶାଘାଇକୁ ଏକ ସବ୍‌ଡିଭିଜନ ପାଇଁ ବାରମ୍ବାର ହେଉଥିବା ଉଦ୍ୟମ ଫେଲ୍‌ ମାରିଛି। ରାଜକନିକାର ସଞ୍ଜୟ କୁମାର ବେହେରା, ସୌଜନ୍ୟ କୁମାର ଦାସ ପ୍ରମୁଖ କହିଛନ୍ତି, ଏହି ଅଞ୍ଚଳରେ ଏକ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ନୂତନ ବାଣିଜି୍ୟକ କୋର୍ଟ ଜିଲା ପାଇଁ ବହୁ ଆବଶ୍ୟକ ଥିବା ବେଳେ ଏହା ଦ୍ୱାରା ମାମଲାଗୁଡିକ ତ୍ୱରିତ ସମାଧାନ ହୋଇପାରିବ। ଏହାକୁ ସ୍ବାଗତ କରୁଛୁ ଓ ତୁରନ୍ତ ଭିତ୍ତିଭୂମି ପ୍ରତିଷ୍ଠା ହେଉ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri