ମହଙ୍ଗା ହେବ ବିମାନ ଯାତ୍ରା…

ନୂଆଦିଲ୍ଲୀ, ୧୬।୫ : ବିମାନ ଯାତ୍ରା ବର୍ତ୍ତମାନ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଟିଏଫ ଦାମରେ ୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ବିମାନ ଇନ୍ଧନର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।

୨୦୨୨ରେ, ବିମାନ ଇନ୍ଧନର ମୂଲ୍ୟ ଏହାକୁ ମିଶାଇ ଦଶମ ଥର ପାଇଁ ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ଅଶୋଧିତ ତୈଳର ଦାମ ବୃଦ୍ଧି ବିମାନ ଇନ୍ଧନକୁ ମଧ୍ୟ ପ୍ରଭାବିତ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଟିଏଫ ମୂଲ୍ୟକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଦେଶର ରାଜଧାନୀରେ ଏଟିଏଫ ଦାମ କିଲୋଲିଟର ପିଛା ୧୨୩,୦୩୯.୭୧ ଟଙ୍କା ଅର୍ଥାତ୍‌ ଲିଟର ପିଛା ୧୨୩ ଟଙ୍କାରେ ପହଞ୍ଚିଛି।

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଏବଂ ୧୬ ତାରିଖରେ ବିମାନ ଇନ୍ଧନର ମୂଲ୍ୟ ସମୀକ୍ଷା କରିଥାନ୍ତି। ଚଳିତ ବର୍ଷ ଜାନୁୟାରୀ ୧ ଠାରୁ ବାୟୁ ଇନ୍ଧନ ପ୍ରାୟ ୬୨ ପ୍ରତିଶତ ବ୍ୟୟବହୁଳ ହୋଇଛି। ମୁମ୍ବାଇରେ ଏଟିଏଫ୍‌ର ଦାମ ବର୍ତ୍ତମାନ କିଲୋଲିଟର ପିଛା ୧୨୧,୮୪୭.୧୧ ଟଙ୍କାକୁ ବୃଦ୍ଧି ପାଇଛ। କୋଲକାତାରେ ଏହା ୧୨୭,୮୫୪.୬୦ ଟଙ୍କା ଏବଂ ଚେନ୍ନାଇରେ କିଲୋଲିଟର ପିଛା ୧୨୭,୨୮୬ ଟଙ୍କା ହୋଇଛି। ମହଙ୍ଗା ଅଶୋଧିତ ତୈଳ ଯୋଗୁ ଗତ ଚାରିମାସ ମଧ୍ୟରେ ବିମାନ ଇନ୍ଧନର ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି।

ଦେଶର ବିମାନ ଚଳାଚଳ ଶିଳ୍ପକୁ ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ମହଙ୍ଗା ଇନ୍ଧନ ଯୋଗୁ ବିମାନ ଚଳାଚଳ ଭଡା ବୃଦ୍ଧି ହେବ ବୋଲି କୁହାଯାଉଛି। ରେଟିଂ ଏଜେନ ଆଇସିଏଆର ଏହାର ରିପୋର୍ଟରେ କହିଛି ଯେ ଏଟିଏଫ ମୂଲ୍ୟ ବୃଦ୍ଧି ଦେଶର ବିମାନ ଚଳାଚଳ ଶିଳ୍ପ ଉପରେ ଅଧିକ ପ୍ରଭାବ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?