Posted inଜାତୀୟ

I’m not a terrorist, ମୁଁ ୭ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି…ସୁପ୍ରିମକୋର୍ଟରେ କହିଲେ ୟାସିନ ମଲିକ

ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ସମ୍ମୁଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଲିକ ଏହା କହିଥିଲେ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କୁ ଜଣେ ଭୟଙ୍କର ଆତଙ୍କବାଦୀ ବୋଲି କହିବା ଏବଂ ହାଫିଜ ସଇଦଙ୍କ ସହ ତାଙ୍କର ଫଟୋଚିତ୍ର ଉଦ୍ଧୃତ କରିବା ଉପରେ ଜବାବ ଦେଇ ମଲିକ କହିଛନ୍ତି ଯେ ଏହା ତାଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିଛି। ମୋ’ ସଂଗଠନକୁ ଏପର୍ଯ୍ୟନ୍ତ UAPA ଅନୁଯାୟୀ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇ ନାହିଁ। ୧୯୯୪ ମସିହାରେ ଯୁଦ୍ଧବିରତି ଘୋଷଣା ହେବା ପରେ, ମୁଁ ୩୨ଟି ମାମଲାରେ ଜାମିନ ପାଇଛି ଏବଂ କୌଣସି ମାମଲା ଆଗକୁ ବଢ଼ି ନାହିଁ।

ମଲିକ କୋର୍ଟରେ ଏହା ମଧ୍ୟ ଦାବି କରିଥିଲେ ଯେ ଏପର୍ଯ୍ୟନ୍ତ ୭ ଜଣ ପ୍ରଧାନମନ୍ତ୍ରୀ – ନରସିଂହ ରାଓ, ଏଚ୍‌ଡି ଦେବଗୌଡା, ଇନ୍ଦର କୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦି (ପ୍ରଥମ କାର୍ଯ୍ୟକାଳରେ) ତାଙ୍କର ଯୁଦ୍ଧବିରତି ପ୍ରସ୍ତାବକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଯୋଗାଯୋଗ କରିଥିଲେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ ଏବେ ୩୫ ବର୍ଷ ପୁରୁଣା ଆତଙ୍କବାଦ ମାମଲାଗୁଡ଼ିକୁ ପୁଣି ଥରେ ଖୋଲାଯାଉଛି, ଯାହା ଅସ୍ତ୍ରବିରତିର ଭାବନା ବିରୁଦ୍ଧରେ।

ସିବିଆଇର ଆପତ୍ତିର ଜବାବ ଦେଇ ମଲିକ କହିଛନ୍ତି, ମୁଁ କୌଣସି ଆତଙ୍କବାଦୀଙ୍କୁ ସମର୍ଥନ କରେ ନାହିଁ କିମ୍ବା ସେମାନଙ୍କୁ ଆଶ୍ରୟ ଦିଏ ନାହିଁ। ମୋ ବିରୁଦ୍ଧରେ କରାଯାଇଥିବା କୌଣସି ଏଫ୍‌ଆଇଆର୍‌ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ନୁହେଁ, ସମସ୍ତ ମାମଲା ରାଜନୈତିକ ପ୍ରତିବାଦ ସହିତ ଜଡିତ। ସୁପ୍ରିମକୋର୍ଟ ବର୍ତ୍ତମାନ ମଲିକଙ୍କୁ ଜମ୍ମୁ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଅନୁମତି ଦେଇନାହାନ୍ତି ଏବଂ ତିହାର ଜେଲରୁ ହିଁ ଡିଜିଟାଲ ମାଧ୍ୟମରେ ସାକ୍ଷୀମାନଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁଛୁ, ଏହି ଶୁଣାଣି ସିବିଆଇ ଦ୍ୱାରା ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ସ୍ଥାନାନ୍ତରିତ ଦୁଇଟି ମାମଲା ସମ୍ପର୍କରେ ଥିଲା। ପ୍ରଥମ ମାମଲାଟି ଡିସେମ୍ବର ୧୯୮୯ରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସଈଦଙ୍କ ଝିଅ ରୁବାୟା ସଈଦଙ୍କ ଅପହରଣ ସହିତ ଜଡିତ। ଦ୍ୱିତୀୟଟି ଜାନୁଆରୀ ୧୯୯୦ରେ ଶ୍ରୀନଗରରେ ୪ ଜଣ ବାୟୁସେନା କର୍ମଚାରୀଙ୍କ ହତ୍ୟା ସହିତ ଜଡିତ। ଅପହରଣ ମାମଲାରେ ସାକ୍ଷୀମାନଙ୍କୁ ଜେରା କରିବା ପାଇଁ ମଲିକଙ୍କୁ କୋର୍ଟରେ ହାଜର ହେବାକୁ ଅନୁମତି ଦେବା ପାଇଁ ଜମ୍ମୁ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri