Categories: ଜାତୀୟ

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଛାତ୍ରଙ୍କୁ କୋର୍ଟ ଆଗରେ ମାଡ଼

ଆଗ୍ରା,୨୯।୧୦ : ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ମନାଇବାରୁ ଜମ୍ମୁ-କଶ୍ମୀରର ୩ ଛାତ୍ର ଗିରଫ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯାଇଥିଲା। ୩ ଛାତ୍ରଙ୍କୁ କୋର୍ଟରୁ ହାଜତକୁ ନିଆଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏକ ଗୋଷ୍ଠି ଆକ୍ରମଣ କରିଥିଲା। ଘଟଣାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କିଛି ଲୋକ ଅଭିଯୁକ୍ତଙ୍କୁ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ପାକିସ୍ତାନ ମୁର୍ଦାବାଦ୍‌’ ଓ ‘ଭାରତ ମାତା କି ଜୟ’ ଭଳି ସ୍ଲୋଗାନ ଶୁଣିବାକୁ ମିଳୁଛି।

ଗିରଫ ହୋଇଥିବା ୩ ଜଣ ଇଞ୍ଜିନିୟରିଂ ଷ୍ଟୁଟେଣ୍ଡ। ସେମାନେ ଆଗ୍ରାସ୍ଥିତି ରାଜା ବଲଓ୍ବନ୍ତ ସିଂ କଲେଜରେ ପଢ଼ନ୍ତି। ସେମାନଙ୍କ ବିରୋଧରେ ଧର୍ମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଶତ୍ରୁତାକୁ ଉତ୍ସାହିତ କରିବା ଓ ସାଇବର ଟେରରିଜମ ଦଫାରେ ମାମଲା ରୁଜୁ କରାଯାଇଛି। ଏଥିସହ ସେମାନଙ୍କୁ ଦେଶଦ୍ରୋହ ଦଫାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ।

Share