ଭୁବନେଶ୍ୱର,୪।୧୦: ଜନ୍ସନ୍ ଆଣ୍ଡ ଜନ୍ସନ୍ ଭିଜନ (ଜେଜେଭି)ର ନୂତନ ଅଭିଯାନ ‘ଆକ୍ୟୁଭ୍ୟୁ ସେ ପୁଛୋ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଭିଯାନ ଜରିଆରେ ବଲିଉଡ୍ ଅଭିନେତା ରଣବୀର ସିଂ ବ୍ରାଣ୍ଡ୍ର ଲେନ୍ସର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ସହ ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବେ। ବିଶେଷ କରି ଚକ୍ଷୁ ସ୍ବାସ୍ଥ୍ୟ ସଚେନତା ସୃଷ୍ଟି କରିବା ଓ କଣ୍ଟାକ୍ଟ ଲେନ୍ସ ପିନ୍ଧୁଥିବା ଲୋକଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିଯାନରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏ ସମ୍ପର୍କରେ ଭିଜନ କେୟାର ଇଣ୍ଡିଆ ବିଜ୍ନେସ୍ ୟୁନିଟ୍ର ନିର୍ଦ୍ଦେଶିକା ଟିନି ସେନ୍ଗୁପ୍ତା କହିଛନ୍ତି, ଆକ୍ୟୁଭ୍ୟୁ କଣ୍ଟାକ୍ଟ ଲେନ୍ସ ଉପରେ ସଚେତନତା ସୃଷ୍ଟିକରି ଆମେ ଭାରତରେ ଚକ୍ଷୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛୁ। ଆକ୍ୟୁଭ୍ୟୁ ହେଉଛି ବିଶ୍ୱବ୍ୟାପୀ କଣ୍ଟାକ୍ଟ ଲେନ୍ସ ବ୍ରାଣ୍ଡ୍, କିନ୍ତୁ ଭାରତରେ କଣ୍ଟାକ୍ଟ ଲେନ୍ସର ବିକ୍ରୟ କମ୍ ରହିଛି। ଆମେ ଆକ୍ୟୁଭ୍ୟୁ ବ୍ରାଣ୍ଡ୍କୁ ୧ ନମ୍ବର କରିବା ପ୍ରଚେଷ୍ଟାରେ ରହିଛୁ। ସେହିଭଳି ରଣବୀର ସିଂ କହିଛନ୍ତି, ଆକ୍ୟୁଭ୍ୟୁରେ ଯୋଗଦେଇ ମୁଁ ବେଶ୍ ଉତ୍ସାହିତ ଅଛି। ଭାରତରେ ଚକ୍ଷୁ ସ୍ବାସ୍ଥ୍ୟ ଉପରେ ବାର୍ତ୍ତାଳାପକୁ ଆଗେଇନେବା ଏକ ଆନନ୍ଦର ବିଷୟ। ଏହି ଅଭିଯାନ ମୋତେ ଚକ୍ଷୁ ସ୍ବାସ୍ଥ୍ୟର ମହତ୍ତ୍ୱ ବିଷୟରେ ଯୁବକମାନଙ୍କୁ ଅବଗତ କରିବା ସୁଯୋଗ ଦେବ। ଏହି ଅଭିଯାନ ଯୁବକମାନଙ୍କ ଭିତରେ ନିୟମିତ ଚକ୍ଷୁ ପରୀକ୍ଷା କରିବା ଓ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଉତ୍ସାହିତ କରିଥାଏ।
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି
ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...
ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ
ସାଣ୍ଟିଆଗୋ, ୮ା୧୨: ଏଫ୍ଆଇଏଚ୍ ଜୁନିୟର ମହିଳା ହକି ବିଶ୍ୱକପ୍ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଭାରତ...
ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…
ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...
Archives


