ଅଧ୍ୟାପକ ହେବେ ଜିତେନ

ରେମୁଣା, ୩୦।୭(ଡି.ଏନ.ଏ.)- ୫୮୩ (୯୭.୧୬%) ମାର୍କ ରଖି ବାଲେଶ୍ୱର ଜିଲା ଟପ୍ପର ହୋଇଛନ୍ତି ରେମୁଣା ହାଇସ୍କୁଲର ଛାତ୍ର ଜିତେନ ମହାଳିକ। ରେମୁଣା ବ୍ଲକ ବଡ଼ପାଳ ଗାଁର ପ୍ରଭାକର ମହାଳିକ ଓ ରଞ୍ଜିତା ମହାଳିକଙ୍କ ପୁତ୍ର ଅଟନ୍ତି। ଚାଷୀ ପରିବାରର ହୋଇଥିଲେ ବି ପୁଅକୁ ପାଠ ପଢ଼ାଇବା ପାଇଁ ତାଙ୍କ ଅଭିଭାବକ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଦିନକୁ ୧୬ଘଣ୍ଟା ପାଠପଢାରେ ବିତାଉଥିବା ଜିତେନ ଭବିଷ୍ୟତରେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି।