ମହିଳାଙ୍କ ବୁଲିବା ଉପରେ ପାକିସ୍ତାନରେ କଟକଣା ଦାବି କଲା ଜିରଗା ପରିଷଦ…

ଇସଲାମାବାଦ,୧୮।୭: ପାକିସ୍ତାନରେ ମହିଳାଙ୍କ ଅଧିକାର ଉପରେ ନିରନ୍ତର ପହରା ଲଗା ଯାଉଛି। ନିକଟରେ ପାକିସ୍ତାନର ଏକ ଆଦିବାସୀ ପରିଷଦ ଜିରଗା ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଛି। ପରିଷଦ ଏହାକୁ ଅନୈତିକ ଏବଂ ଇସଲାମିକ ନୀତି ବିରୁଦ୍ଧ ବୋଲି କହିଛି। କେବଳ ଏତିକି ନୁହେଁ ପରିଷଦ ଘୋଷଣା କରିଛି ଯେ ଯଦି ସ୍ଥାନୀୟ ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନକରନ୍ତି, ତେବେ ଜିରଗା ସଦସ୍ୟମାନେ ନିଜେ ଏହାକୁ କାର୍ଯ୍ୟକାରୀ କରିବେ। ଡନ ରିପୋର୍ଟ ଅନୁଯାୟୀ, ବାଜୌର ଆଦିବାସୀ ଜିଲାର ରୁଢ଼ିବାଦୀ ସାଲାରଜାଇ ତହସିଲର ଜିରଗା ଆଦିବାସୀ ପରିଷଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରିଷଦ ଘୋଷଣା କରିଛି ଯେ ସରକାର ଶୀଘ୍ର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତୁ। ଶାସକ ମିଳିତ ମଞ୍ଚର ଅନ୍ୟତମ ମୁଖ୍ୟ ଜମିୟତ ଉଲେମା-ଇ-ଇସଲାମ-ଫଜଲର ସ୍ଥାନୀୟ ୟୁନିଟ ଦ୍ୱାରା ଏହି ଜିରଗା ଆୟୋଜିତ ହୋଇଥିଲା।
ଏହି ସଭାରେ ସାଲାରଜାଇ ତହସିଲର ବିଭିନ୍ନ ଆଦିବାସୀ ବରିଷ୍ଠ ବ୍ୟକ୍ତିଙ୍କ ବ୍ୟତୀତ ବହୁ ଜମିୟତ ଉଲେମା-ଇ-ଇସଲାମ ଫଜଲ ନେତା ତଥା ଅଞ୍ଚଳର ଧାର୍ମିକ ବ୍ୟକ୍ତି ଯୋଗ ଦେଇଥିଲେ। ଏହାକୁ ଜମିୟତ ଉଲେମା-ଇ-ଇସଲାମ-ଫଜଲ ଜିଲା ନେତୃତ୍ୱ ଦ୍ୱାରା ଆୟୋଜନ କରାଯାଇଥିଲା। ଏହି ସମାବେଶକୁ ସମ୍ବୋଧିତ କରି ଜମିୟତ ଉଲେମା-ଇ-ଇସଲାମ-ଫଜଲର ଜିଲା ମୁଖ୍ୟ ମୌଲାନା ଅବଦୁର ରସିଦ ଏବଂ ଅନ୍ୟ ବକ୍ତାମାନେ କହିଥିଲେ ଯେ ଜିରଗାର ଉଦ୍ଦେଶ୍ୟ ହେଉଛି ଇଦ ସମୟରେ ଉଠାଯାଇଥିବା ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏବଂ ଶାନ୍ତିପୂର୍ଣ୍ଣ ତଥା ସୌହାର୍ଦ୍ଦପୂର୍ଣ୍ଣ ଭାବରେ ସମାଧାନ କରିବା।
ଜିରଗାରେ ଯୋଗ ଦେଇଥିବା ବକ୍ତାମାନେ କହିଥିଲେ ଯେ ଏହା ଲକ୍ଷ୍ୟ କରାଯାଇଛି ଯେ ପୁରୁଷଙ୍କ ବ୍ୟତୀତ ଅନେକ ସ୍ଥାନୀୟ ମହିଳା, ସେମାନଙ୍କ ସ୍ବାମୀ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ସହିତ କିମ୍ବା ଏକାକୀ ଇଦ ଛୁଟିଦିନରେ ବିଭିନ୍ନ ପର୍ଯ୍ୟଟନ ଏବଂ ପିକନିକ ସ୍ଥାନ ପରିଦର୍ଶନ କରଥାନ୍ତି। ଜିରଗା ଦାବି କରିଛି ଯେ ଏହା ସ୍ଥାନୀୟ ଇସଲାମିକ ରୀତିନୀତି ଏବଂ ପରମ୍ପରା ବିରୁଦ୍ଧ। ଏହା ଦର୍ଶାଯାଇଥିଲା ଯେ ପର୍ଯ୍ୟଟନ ଏବଂ ମନୋରଞ୍ଜନ ପାଇଁ ଉପରୋକ୍ତ ସ୍ଥାନଗୁଡିକୁ ମହିଳାଙ୍କ ପରିଦର୍ଶନ ସମ୍ପୂର୍ଣ୍ଣ ଅନୈତିକ ଏବଂ ଗ୍ରହଣୀୟ ନୁହେଁ’। ଉଭୟ ଇସଲାମ ଏବଂ ସ୍ଥାନୀୟ ପରମ୍ପରାରେ ଏଭଳି କାର୍ଯ୍ୟକଳାପ ଲାଗି କୌଣସି ସ୍ଥାନ ନାହିଁ ବୋଲି ବକ୍ତାମାନେ ଦାବି କରିଥିଲେ। କିଛି ଦିନ ପୂର୍ବରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଫୋରମ ବାର୍ଷିକ ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟରେ ପାକିସ୍ତାନକୁ ଲିଙ୍ଗଗତ ସମାନତା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ଖରାପ ଦେଶ ଭାବେ ସ୍ଥାନିତ କରିଯାଇଥିଲା। ଏହା ପରେ ଜିରଗା ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହାକୁ ଦେଶର ବହୁ ଲୋକେ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri