ଜିଓର ଟ୍ରୁ-୫ଜି,ବିଟା ପରୀକ୍ଷଣ ସେବା ଆରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହୋଇଯାଇଛି। ଉକ୍ତ ସେବା ଦେଶର ପ୍ରମୁଖ ୪ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣସୀରେ ଆରମ୍ଭ ହୋଇଛି। ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ ଅର୍ଥାତ୍‌ ନିର୍ଦ୍ଦିଷ୍ଟ କେତେଜଣ ଜିଓ ଗ୍ରାହକଙ୍କୁ ଉକ୍ତ ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ। ଏହାର ଗ୍ରାହକମାନଙ୍କୁ ତା’ସହିତ ୱେଲକମ୍‌ ଅଫର ବି ମିଳିବ, ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍‌ ପର୍ଯ୍ୟନ୍ତର ସ୍ପିଡ୍‌ ଓ ଅସୀମିତ ୫ଜି ଡାଟା ମିଳିବ। ସେହିଭଳି ଆମନ୍ତ୍ରିତ ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କମ୍ପାନୀ ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ। ଏପରିକି ‘ଉଇ କେୟାର’ ଅର୍ଥାତ୍‌ ଆମେ ଆପଣଙ୍କ ଯତ୍ନ ନେବୁ, ଜିଓ ଟ୍ରୁ-୫ଜି ସେହି ମୂଳମନ୍ତ୍ର ଉପରେ ତିଆରି ହୋଇଛି। ଆମନ୍ତ୍ରିତ ଜିଓ ୱେଲକମ୍‌ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍‌ ବଦଳାଇବାକୁ ପଡ଼ିବ ନାହିଁ। କେବଳ ସେମାନଙ୍କ ମୋବାଇଲ ୫ଜି ହୋଇଥିବା ଦରକାର। ଜିଓ ଟ୍ରୁ-୫ଜି ସେବା ସ୍ବୟଂକ୍ରିୟ ଭାବେ ଅପ୍‌ଗ୍ରେଡ୍‌ ହୋଇଯିବ।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ରେ କ’ଣ ଅଛି? ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ଭାଇରାଲ୍

ନୂଆଦିଲ୍ଲୀ,୨।୨: କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କୌଣସି ବଡ଼ ଧରଣର ରିହାତି ମିଳିନଥିବା ବେଳେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର…

ସିଗାରେଟ୍ ଦରରେ ବଡ଼ ବୃଦ୍ଧି: ପ୍ୟାକେଟ୍ ପିଛା ଏତିକି ଟଙ୍କା ଯାଏ ବଢ଼ିଲା ଦାମ୍

ନୂଆଦିଲ୍ଲୀ,୨।୨: ଫେବୃୟାରୀ ୧, ଆରମ୍ଭରୁ ଦେଶରେ ସିଗାରେଟ୍ ଏବଂ ତମାଖୁ ଜାତ ଦ୍ରବ୍ୟର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ତମାଖୁ ଉପରେ ଅତିରିକ୍ତ…

ଭାରତରେ ବଢୁଛି ପ୍ରିମିୟମ୍ ସ୍ମାର୍ଟଫୋନ୍ ଚାହିଦା: ୨୦୨୫ରେ ଆପଲ୍‌ର ଐତିହାସିକ ରେକର୍ଡ

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ୨୦୨୫ ବର୍ଷଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ବଜାରରେ ଶସ୍ତା ଫୋନ୍ ଅପେକ୍ଷା…

୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri