ଏନ୍‌ଭିଡିଆ ସହ ଜିଓର ସହଭାଗିତା

ଭୁବନେଶ୍ୱର, ୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ ସଂସ୍ଥା ଜିଓ ପ୍ଲାଟଫମର୍‌ସ ଏବଂ ଏନ୍‌ଭିଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ଘୋଷଣା କରାଯାଇଛି। ବିଶେଷ କରି ଅତ୍ୟାଧୁନିକ କ୍ଲାଉଡ୍‌ଭିତ୍ତିିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଢାଞ୍ଚା ବିକାଶ କରିବା ଲାଗି ଏହି ସହଭାଗିତା ହୋଇଛି। ଏପରି କି ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଭାରତକୁ ଏହି କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ିବାରେ ଉକ୍ତ ସହଭାଗିତା ବେଶ୍‌ ସହାୟକ ହେବ। ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଭାରତରେ ବିପୁଳ ପରିମାଣର ଡାଟା ବ୍ୟବହାର ହେଉଛି, କିନ୍ତୁ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମେ ବର୍ତ୍ତମାନ ଜ୍ଞାନକୌଶଳ ଢାଞ୍ଚା ବିକାଶ କରୁଛୁ, ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ। ଏନ୍‌ଭିଡିଆ ସହିତ ମିଶି ଆମେ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି ସୁପର ସେଣ୍ଟର ତିଆରି କରୁଛୁ। ଜିଓ ଆସିବା ପରେ ଡିଜିଟାଲ୍‌ କ୍ଷେତ୍ରରେ ଯେଉଁଭଳି ଲାଭ ମିଳିଥିଲା ଏହା ଜରିଆରେ ସେଭଳି ଲାଭ ମିଳିବ। ଜିଓ ଓ ଏନ୍‌ଭିଡିଆ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ ଏକ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ମୁଁ ବହୁତ ଖୁସି। ସେହିଭଳି ଏନ୍‌ଭିଡିଆର ପ୍ରତିଷ୍ଠାତା ଓ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ କହିଛନ୍ତି, ଭାରତରେ ଅତ୍ୟାଧୁନିକ ଏଆଇ ସୁପର କମ୍ପ୍ୟୁଟର ପ୍ରସ୍ତୁତ କରିବା ଲାଗି ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। ଭାରତ ପାଖରେ ବ୍ୟାପକ ଡାଟା ଓ ପ୍ରତିଭା ରହିଛି, ସବୁଠୁ ଉନ୍ନତ ଏଆଇ କମ୍ପ୍ୟୁଟିଂ ଭିତ୍ତିଭୂମି ଜରିଆରେ ରିଲାଏନ୍ସ ଏହାକୁ ନିର୍ମାଣ କରିପାରିବ। ସେହିପରି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ଉପଲବ୍ଧତା ଓ ଉପଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ଭାରତର ବୈଷୟିକ ବିପ୍ଳବକୁ ପ୍ରୋତ୍ସାହିତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସବୁ ଭାରତୀୟଙ୍କ ପାଖରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri