ଶୀର୍ଷରେ ଜିଓର ଡାଉନ୍‌ଲୋଡ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୪।୪: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍‌ ପଛୁଆ ରହିଛି। ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୨୬୧.୨ ଏମ୍‌ବିପିଏସ୍‌ ରହିଛି। ଓପନ୍‌ ସିଗ୍‌ନାଲର ମୋବାଇଲ୍‌ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୫ଜି ସ୍ପିଡ୍‌ ସହିତ ୫ଜି କଭରେଜ୍‌ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ୩ ଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫% ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍‌ ଗ୍ରାହକମାନେ ମାତ୍ର ୧୧.୪% ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍‌ ସିଗ୍‌ନାଲ୍‌ ପକ୍ଷରୁ କଭରେଜ୍‌ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍‌ୱର୍କରେ ବିତାଇଥିବା ସମୟ ବିଚାରକୁ ନିଆଯାଇଛି। ଓପନ୍‌ ସିଗ୍‌ନାଲ ରିପୋର୍ଟରେ ପ୍ରକାଶ ପାଇଛି ଯେ ଜିଓ ଏହାର ୫ଜି ନେଟ୍‌ୱର୍କକୁ ଅତି ଦ୍ରୁତ ଗତିରେ ବଢ଼ାଉଛି। ଜିଓ ବହୁ ସଂଖ୍ୟକ ଟାୱାରରେ ୫ଜି ଉପକରଣ ଲଗାଉଛି। ଏହାର ୫ଜି ନେଟ୍‌ୱର୍କର ଉପସ୍ଥିତି ମଧ୍ୟ ବହୁତ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri