ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ ଏହା ପୂର୍ବରୁ ମୁମ୍ବାଇ, କୋଲକାତା, ବାରାଣସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଟ୍ରୁ ୫ଜି ସର୍ଭିସ ଆରମ୍ଭ କରି ସାରିଛି । ଏବେ ଏୟାରଟେଲ ଓ ଜିଓ ଦୁଇଟି ଯାକ ଟେଲିକମ୍ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଦ୍ରୁତ ଗତିରେ ୫ଜି ସେବା ଲଞ୍ଚ କରିବାରେ ଲାଗିଛନ୍ତି ।

ଦେଶରେ ୫ଜି ସର୍ଭିସର ଆରମ୍ଭ ହୋଇ ସାରିଛି । ଏୟାରଟେଲ ଓ ରିଲାୟନ୍ସ ଦେଶର କିଛି ସହରରେ ୫ଜି ସର୍ଭିସ ଆରମ୍ଭ କରି ସାରିଛନ୍ତି । ୫ଜି ୟୁଜ କରିବାକୁ ଆପଣଙ୍କ ଫୋନ ୫ଜି ହୋଇଥିବା ଦରକାର । ଯଦି ଜଣେ ୫ଜି ଏୟାରଟେଲ ବ୍ୟବହାର କରୁଛନ୍ତି ତେବେ ଏୟାରଟେଲ ଥ୍ୟାଙ୍କସ ଆପକୁ ଯାଇ ନିଜର ଫୋନ ଚେକ କରିପାରିବେ । ଜିଓ ସର୍ଭିସ ୟୁଜ କରୁଥିଲେ ଜଣେ ଗ୍ରାହକ ମାଇଁଜିଓ ଆପକୁ ଯାଇ ସ୍ମାର୍ଟଫୋନ ବିଷୟରେ ଚେକ କରିପାରିବେ । ଏହା ବ୍ୟତୀତ ଦୁଇଟି ଯାକ କମ୍ପାନୀ, ଗ୍ରାହକଙ୍କୁ ସ୍ମାର୍ଟଫୋନରେ ୫ଜି ଏନାବଲ ହେବାର ମେସେଜ ପଠାଉଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେହି ଫ୍ରଡ ଚକ୍କରରେ ନ ଆସନ୍ତୁ, ଏହାସହ କୌଣଓି ଭୁଲ ଲିଙ୍କରେ କ୍ଲିକ କରନ୍ତୁ ନାହିଁ । ଦୁଇଟି ଯାକ କମ୍ପାନୀର ଆପରେ ଯାଇ ଯଦି କିଛି ପରିବର୍ତ୍ତନ କରାଯାଏ ତେବେ ଏହା ସୁରକ୍ଷିତ ରହିବ ।

Share