୧୦୦ଜିବି ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ ଜିଓ

ମୁମ୍ବାଇ,୩୦।୮ (ଅଭୟ ଦାଶ): ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍‌ ମୋବାଇଲ ଡେଟା କମ୍ପାନୀ ହୋଇଥିଲାବେଳେ ବିଶ୍ୱର ମୋଟ ମୋବାଇଲ ଡେଟା ଟ୍ରାଫିକ୍‌ର ୮% କେବଳ ଜିଓ ନେଟ୍‌ୱର୍କରେ ଚାଲିଥାଏ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌)ର ୪୭ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍‌)ରେ ଶେୟାରଧାରକମାନଙ୍କୁ ସମ୍ବୋଧିତ କରି ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କମ୍ପାନୀର ଗ୍ରାହକ ଆଧାର ଏବଂ ଡେଟା ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓ ନେଟ୍‌ୱର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯କୋଟି ରହିଥିବା ବେଳେ ହାରାହାରି ଭାବେ ପ୍ରତ୍ୟେକ ଜିଓ ଗ୍ରାହକ ମାସିକ ୩୦ଜିବିରୁ ଅଧିକ ଡେଟା ବ୍ୟବହାର କରୁଥିବା ଅମ୍ବାନୀ ଏଜିଏମ୍‌ରେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତ। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ୍‌ ଡେଟା ବଜାରରେ ପରିଣତ ହୋଇଥିବା ମୁକେଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଶୁଭାରମ୍ଭ ହେବାର ମାତ୍ର ୮ ବର୍ଷ ହୋଇଛି ଏବଂ ଏହି ୮ବର୍ଷ ମଧ୍ୟରେ ଜିଓ ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଡେଟା କମ୍ପାନୀ ହେବାର ସଫଳତା ହାସଲ କରିଛି ବୋଲି ମୁକେଶ କହିଛନ୍ତି। ଡିଜିଟାଲ୍‌ ହୋମ୍‌ ସେବା ଦୃଷ୍ଟିରୁ ଜିଓ ମଧ୍ୟ ବିଶ୍ୱର ସବୁଠାରୁ ବଡ କମ୍ପାନୀ ହୋଇଛି। ଜିଓ ୩ କୋଟିରୁ ଅଧିକ ଘରକୁ ଡିଜିଟାଲ ସେବା ପ୍ରଦାନ କରୁଛି। ଜିଓ ଏୟାରଫାଇବର ପ୍ରତି ମାସରେ ୧୦ ଲକ୍ଷ ଘରକୁ ସଂଯୋଗ କରି ରେକର୍ଡ ୧୦ କୋଟି ଘରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଛି। ସେହିଭଳି କମ୍ପାନୀର ୨ଜି ଗ୍ରାହକଙ୍କୁ ୪ଜି ସେବାକୁ ଉନ୍ନୀତ କରିବା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ୫ଜି ଫୋନ୍‌ ଅଧିକ ସୁଲଭ ହେବା ସହ ଜିଓ ନେଟ୍‌ୱର୍କରେ ୫ଜି ଗ୍ରହଣ ତ୍ୱରାନ୍ବିତ ହେବ, ଯାହାଦ୍ୱାରା ଡେଟା ବ୍ୟବହାରରେ ଅଧିକ ଅଭିବୃଦ୍ଧି ଘଟିବ। ଏପରିକି ଅଧିକ ଉପଭୋକ୍ତା ୫ଜି ନେଟ୍‌ୱର୍କ ବ୍ୟବହାର କରିବା ଆରମ୍ଭ କରିବା ସହିତ ଆମର ୪ଜି ନେଟ୍‌ୱର୍କର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ବିଶେଷକରି ଭାରତରେ ଏହା ୨୦କୋଟିରୁ ଅଧିକ ୨ଜି ବ୍ୟବହାରକାରୀଙ୍କୁ ଜିଓ ୪ଜି ପରିବାରରେ ଅନ୍ତର୍ଭୁକ୍ତ କରିବ ବୋଲି ଅମ୍ବାନୀ କହିଛନ୍ତି। ଜିଓ ପକ୍ଷରୁ ଗବେଷଣା ଓ ପ୍ରଯୁକ୍ତି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ସହ କମ୍ପାନୀ ୫ଜି ଓ ୬ଜି ପ୍ରଯୁକ୍ତି କ୍ଷେତ୍ରରେ ୩୫୦ପେଟେଣ୍ଟ ଆବେଦନ ଦାଖଲ ଥିବା ସେ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି।

୧୦୦ଜିବି ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ ଜିଓ

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଖୁବ୍‌ଶୀଘ୍ର ଗ୍ରାହକମାନଙ୍କୁ ୧୦୦ ଜିବିର ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ। ଏହା ଫଳରେ ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ଭଳି ଯେକୌଣସି ଜିନିଷ ଏହି ଷ୍ଟୋରେଜରେ ରଖାଯାଇପାରିବ। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଶେୟାରଧାରକମାନଙ୍କୁ ସମ୍ବୋଧିତ କରି ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏଭଳି କିଛି ସୂଚନା ଦେଇଛନ୍ତି। ଅପରପକ୍ଷରେ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ଜିଓ ବ୍ରେନ୍‌ ଖୁବ୍‌ଶୀଘ୍ର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏପରିକି କନେକଟେଡ୍‌ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଆସିବ। କମ୍ପାନୀ ଏହାକୁ ସବୁଠାରେ ଏବଂ ସମସ୍ତଙ୍କ ପାଇଁ ଥିମ୍‌ ଭିତ୍ତିରେ ଆରମ୍ଭ କରିବ। ବାସ୍ତବରେ ଜିଓ ସାମଗ୍ରିକ ଭାବେ ଏଆଇକୁ ପରିବେଷ୍ଟିତ କରୁଥିବା ଉପକରଣ ଏବଂ ପ୍ଲାଟ୍‌ଫର୍ମର ଏକ ବ୍ୟାପକ ସୁଟ୍‌ ବିକଶିତ କରୁଛି, ଯାହାକୁ ‘ଜିଓ ବ୍ରେନ୍‌’ କୁହାଯାଉଛି। ଏ ନେଇ ମୁକେଶ ଅମ୍ବାନୀ କହିଛନ୍ତି, ମୁଁ ଆଶା କରୁଛି ଯେ ରିଲାଏନ୍ସ ମଧ୍ୟରେ ଜିଓ ବ୍ରେନ୍‌କୁ ଉନ୍ନତ କରାଇ ଆମେ ଏକ ଶକ୍ତିଶାଳୀ ଏଆଇ ସେବା ପ୍ଲାଟ୍‌ଫର୍ମ ସୃଷ୍ଟି କରିବୁ। ଏପରିକି ଜାମନଗରଠାରେ ଆମେ ଗିଗାୱାଟ ଆକାରର ଏଆଇ ପ୍ରସ୍ତୁତ ଡାଟା ସେଣ୍ଟର ସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ, ଯାହା ସମ୍ପୂର୍ଣ୍ଣ ଭାବେ ରିଲାଏନ୍ସର ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ। ସେହିଭଳି ଆମର ଲକ୍ଷ୍ୟ ହେଉଛି, ଭାରତରେ ବିଶ୍ୱର ସବୁଠାରୁ ସୁଲଭ ଏଆଇ ଇନ୍‌ଫରେନ୍ସିଂ ସୃଷ୍ଟି କରିବା। ଏହାଦ୍ୱାରା ଭାରତରେ ଏଆଇ ଆପ୍ଲିକେଶନଗୁଡିକ ଅଧିକ ସୁଲଭ ଓ ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନେକ ନୂତନ ଏଆଇ ସେବା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଜିଓ ଟିଭି ଓଏସ, ହେଲୋ ଜିଓ, ଜିଓ ହୋମ ଆଇଓଟି ସମାଧାନ, ଜିଓ ହୋମ ଆପ୍ପ ଏବଂ ଜିଓ ଫୋନ କଲ୍‌ ଏଆଇ ଆଦି ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri