୧୦୦ଜିବି ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ ଜିଓ

ମୁମ୍ବାଇ,୩୦।୮ (ଅଭୟ ଦାଶ): ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍‌ ମୋବାଇଲ ଡେଟା କମ୍ପାନୀ ହୋଇଥିଲାବେଳେ ବିଶ୍ୱର ମୋଟ ମୋବାଇଲ ଡେଟା ଟ୍ରାଫିକ୍‌ର ୮% କେବଳ ଜିଓ ନେଟ୍‌ୱର୍କରେ ଚାଲିଥାଏ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌)ର ୪୭ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍‌)ରେ ଶେୟାରଧାରକମାନଙ୍କୁ ସମ୍ବୋଧିତ କରି ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କମ୍ପାନୀର ଗ୍ରାହକ ଆଧାର ଏବଂ ଡେଟା ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓ ନେଟ୍‌ୱର୍କରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୪୯କୋଟି ରହିଥିବା ବେଳେ ହାରାହାରି ଭାବେ ପ୍ରତ୍ୟେକ ଜିଓ ଗ୍ରାହକ ମାସିକ ୩୦ଜିବିରୁ ଅଧିକ ଡେଟା ବ୍ୟବହାର କରୁଥିବା ଅମ୍ବାନୀ ଏଜିଏମ୍‌ରେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତ। ଜିଓର ଏହି ସଫଳତା ସହିତ ଭାରତ ବିଶ୍ୱର ସର୍ବବୃହତ୍‌ ଡେଟା ବଜାରରେ ପରିଣତ ହୋଇଥିବା ମୁକେଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଶୁଭାରମ୍ଭ ହେବାର ମାତ୍ର ୮ ବର୍ଷ ହୋଇଛି ଏବଂ ଏହି ୮ବର୍ଷ ମଧ୍ୟରେ ଜିଓ ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଡେଟା କମ୍ପାନୀ ହେବାର ସଫଳତା ହାସଲ କରିଛି ବୋଲି ମୁକେଶ କହିଛନ୍ତି। ଡିଜିଟାଲ୍‌ ହୋମ୍‌ ସେବା ଦୃଷ୍ଟିରୁ ଜିଓ ମଧ୍ୟ ବିଶ୍ୱର ସବୁଠାରୁ ବଡ କମ୍ପାନୀ ହୋଇଛି। ଜିଓ ୩ କୋଟିରୁ ଅଧିକ ଘରକୁ ଡିଜିଟାଲ ସେବା ପ୍ରଦାନ କରୁଛି। ଜିଓ ଏୟାରଫାଇବର ପ୍ରତି ମାସରେ ୧୦ ଲକ୍ଷ ଘରକୁ ସଂଯୋଗ କରି ରେକର୍ଡ ୧୦ କୋଟି ଘରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଛି। ସେହିଭଳି କମ୍ପାନୀର ୨ଜି ଗ୍ରାହକଙ୍କୁ ୪ଜି ସେବାକୁ ଉନ୍ନୀତ କରିବା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ୫ଜି ଫୋନ୍‌ ଅଧିକ ସୁଲଭ ହେବା ସହ ଜିଓ ନେଟ୍‌ୱର୍କରେ ୫ଜି ଗ୍ରହଣ ତ୍ୱରାନ୍ବିତ ହେବ, ଯାହାଦ୍ୱାରା ଡେଟା ବ୍ୟବହାରରେ ଅଧିକ ଅଭିବୃଦ୍ଧି ଘଟିବ। ଏପରିକି ଅଧିକ ଉପଭୋକ୍ତା ୫ଜି ନେଟ୍‌ୱର୍କ ବ୍ୟବହାର କରିବା ଆରମ୍ଭ କରିବା ସହିତ ଆମର ୪ଜି ନେଟ୍‌ୱର୍କର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ବିଶେଷକରି ଭାରତରେ ଏହା ୨୦କୋଟିରୁ ଅଧିକ ୨ଜି ବ୍ୟବହାରକାରୀଙ୍କୁ ଜିଓ ୪ଜି ପରିବାରରେ ଅନ୍ତର୍ଭୁକ୍ତ କରିବ ବୋଲି ଅମ୍ବାନୀ କହିଛନ୍ତି। ଜିଓ ପକ୍ଷରୁ ଗବେଷଣା ଓ ପ୍ରଯୁକ୍ତି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ସହ କମ୍ପାନୀ ୫ଜି ଓ ୬ଜି ପ୍ରଯୁକ୍ତି କ୍ଷେତ୍ରରେ ୩୫୦ପେଟେଣ୍ଟ ଆବେଦନ ଦାଖଲ ଥିବା ସେ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି।

୧୦୦ଜିବି ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ ଜିଓ

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଖୁବ୍‌ଶୀଘ୍ର ଗ୍ରାହକମାନଙ୍କୁ ୧୦୦ ଜିବିର ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ। ଏହା ଫଳରେ ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ଭଳି ଯେକୌଣସି ଜିନିଷ ଏହି ଷ୍ଟୋରେଜରେ ରଖାଯାଇପାରିବ। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଶେୟାରଧାରକମାନଙ୍କୁ ସମ୍ବୋଧିତ କରି ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏଭଳି କିଛି ସୂଚନା ଦେଇଛନ୍ତି। ଅପରପକ୍ଷରେ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ଜିଓ ବ୍ରେନ୍‌ ଖୁବ୍‌ଶୀଘ୍ର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏପରିକି କନେକଟେଡ୍‌ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଆସିବ। କମ୍ପାନୀ ଏହାକୁ ସବୁଠାରେ ଏବଂ ସମସ୍ତଙ୍କ ପାଇଁ ଥିମ୍‌ ଭିତ୍ତିରେ ଆରମ୍ଭ କରିବ। ବାସ୍ତବରେ ଜିଓ ସାମଗ୍ରିକ ଭାବେ ଏଆଇକୁ ପରିବେଷ୍ଟିତ କରୁଥିବା ଉପକରଣ ଏବଂ ପ୍ଲାଟ୍‌ଫର୍ମର ଏକ ବ୍ୟାପକ ସୁଟ୍‌ ବିକଶିତ କରୁଛି, ଯାହାକୁ ‘ଜିଓ ବ୍ରେନ୍‌’ କୁହାଯାଉଛି। ଏ ନେଇ ମୁକେଶ ଅମ୍ବାନୀ କହିଛନ୍ତି, ମୁଁ ଆଶା କରୁଛି ଯେ ରିଲାଏନ୍ସ ମଧ୍ୟରେ ଜିଓ ବ୍ରେନ୍‌କୁ ଉନ୍ନତ କରାଇ ଆମେ ଏକ ଶକ୍ତିଶାଳୀ ଏଆଇ ସେବା ପ୍ଲାଟ୍‌ଫର୍ମ ସୃଷ୍ଟି କରିବୁ। ଏପରିକି ଜାମନଗରଠାରେ ଆମେ ଗିଗାୱାଟ ଆକାରର ଏଆଇ ପ୍ରସ୍ତୁତ ଡାଟା ସେଣ୍ଟର ସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ, ଯାହା ସମ୍ପୂର୍ଣ୍ଣ ଭାବେ ରିଲାଏନ୍ସର ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ। ସେହିଭଳି ଆମର ଲକ୍ଷ୍ୟ ହେଉଛି, ଭାରତରେ ବିଶ୍ୱର ସବୁଠାରୁ ସୁଲଭ ଏଆଇ ଇନ୍‌ଫରେନ୍ସିଂ ସୃଷ୍ଟି କରିବା। ଏହାଦ୍ୱାରା ଭାରତରେ ଏଆଇ ଆପ୍ଲିକେଶନଗୁଡିକ ଅଧିକ ସୁଲଭ ଓ ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନେକ ନୂତନ ଏଆଇ ସେବା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଜିଓ ଟିଭି ଓଏସ, ହେଲୋ ଜିଓ, ଜିଓ ହୋମ ଆଇଓଟି ସମାଧାନ, ଜିଓ ହୋମ ଆପ୍ପ ଏବଂ ଜିଓ ଫୋନ କଲ୍‌ ଏଆଇ ଆଦି ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri