Categories: ବାଣିଜ୍ୟ

ଜିଓଫୋନ୍‌ ନେକ୍ସଟ୍‌ର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୫।୩: ଗୁଗଲ୍‌ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ ଜିଓଫୋନ୍‌ ନେକ୍ସଟ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସେହିଭଳି ଏହି ଫୋନ ରାଜ୍ୟର ୭୦୦୦ରୁ ଅଧିକ ମୋବାଇଲ ଷ୍ଟୋର୍‌ ସମେତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ, ରିଲାଏନ୍ସ ଡିଜିଟାଲ ଷ୍ଟୋର୍‌ ଏବଂ ଜିଓ ସେଣ୍ଟର ଆଦିରେ ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବର୍ଗରେ ସବୁଠୁ ସୁଲଭ ସ୍ମାର୍ଟଫୋନ୍‌ ଭାବେ ପରିଚିତ ଜିଓଫୋନ୍‌ ନେକ୍ସଟ୍‌ର ମୂଲ୍ୟ ୬,୪୯୯ ଟଙ୍କା ରହିଛି। ସେହିପରି ସ୍ବଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କା ଦେଇ ଜିଓଫୋନ୍‌ ନେକ୍ସଟ୍‌ କିଣିପାରିବେ ଏବଂ ଅବଶିଷ୍ଟ ଟଙ୍କା ୧୮ କିମ୍ବା ୨୪ ମାସର ସହଜ କିସ୍ତି (ଇଏମ୍‌ଆଇ) ଆକାରରେ ମଧ୍ୟ ଦେଇପାରିବେ। ସାରା ଦେଶର ନିୟୁତାଧିକ ଗ୍ରାହକଙ୍କ ସ୍ବତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଉଭୟ ଗୁଗଲ୍‌ ଓ ଜିଓ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ ବିକଶିତ କରିଛନ୍ତି। ଜିଓ ଫୋନ୍‌ ନେକ୍ସଟ୍‌ ରେ ୫.୪୫ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ମଲ୍‌ଟି ଟଚ୍‌ ସ୍କ୍ରିନ୍‌, କର୍ନିଂ ଗୋରିଲା ଗ୍ଲାସ୍‌ ଥ୍ରି, ପୂର୍ବରୁ ଲୋଡ୍‌ ହୋଇଥିବା ଅପ୍ଟିମାଇଜ୍‌ଡ ଜିଓ ଓ ଗୁଗଲ୍‌ର ଆପ୍‌ ସମୂହ, ଶକ୍ତିଶାଳୀ ୧୩ ମେଗାପିକ୍ସେଲ୍‌ କ୍ୟାମେରା, ୮ମେଗାପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ସହିତ ବିଲ୍‌ଟ ଇନ୍‌ ଫିଲ୍‌ଟର ଓ ସ୍ବଳ୍ପ ଆଲୋକରେ ଫଟୋ ଉଠାଇବା ସୁବିଧା, ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରି, କ୍ୱାଲ୍‌କମ୍‌ ସ୍ନାପ୍‌ ଡ୍ରାଗନ୍‌ କ୍ୟୁ ଏମ୍‌ ୨୧୫ ପ୍ରୋସେସର, ୨ଜିବି ରାମ୍‌, ୩୨ଜିବି ଆଭ୍ୟନ୍ତରୀଣ ମେମୋରି, ୫୧୨ ଜିବି ପର୍ଯ୍ୟନ୍ତର ବାହ୍ୟ ମେମୋରି ଲାଗି ସ୍ବତନ୍ତ୍ର ସ୍ଲଟ୍‌, ସ୍ବୟଂକ୍ରିୟ ସଫ୍ଟଓ୍ବେର ଓ ସିକ୍ୟୁରିଟି ଅପ୍‌ଡେଟ୍‌ ସୁବିଧା, ବ୍ଲୁଟୁଥ୍‌, ୱାଇଫାଇ, ହଟ୍‌ସ୍ପଟ୍‌, ଓଟିଜି ସହାୟତା, ଲାଇଟ୍‌ ସେନ୍‌ସର ଓ ପ୍ରକ୍ସିମିଟି ସେନ୍‌ସର ଆଦି ସୁବିଧା ରହିଛି।

Share