ବିଏସ୍‌ଏନ୍‌ଏଲ୍‌କୁ ଟପି ଜିଓ ୧ ନମ୍ବର

ନୂଆଦିଲ୍ଲୀ,୨୨।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ବର୍ଷ ଅକ୍ଟୋବରରେ ବିଏସ୍‌ଏନ୍‌ଏଲ୍‌କୁ ଅତିକ୍ରମକରି ଓଡ଼ିଶାର ଓୟାରଲାଇନ୍‌ ସେବା କ୍ଷେତ୍ରରେ ଏକ ନମ୍ବର ହୋଇପାରିଛି। ଅପରପକ୍ଷରେ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ସଦ୍ୟତମ ଟେଲିକମ୍‌ ଉପଭୋକ୍ତା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୭୭ ଲକ୍ଷ ଓୟାରଲାଇନ ଗ୍ରାହକ ହାସଲ ସହ ଜିଓ ୧ ନମ୍ବର ସ୍ଥାନରେ ରହିଛି। ଏପରିକି ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଜିଓର ଓୟାରଲାଇନ୍ସ ଗ୍ରାହକ ସଂଖ୍ୟା ସର୍ବାଧିକ ୧.୭୭ ଲକ୍ଷ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ୍‌ ଗ୍ରାହକ ସଂଖ୍ୟା ୧.୭୨ ଲକ୍ଷ ରହିଛି।

ବିଶେଷକରି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ଯେ ଜିଓ ଫାଇବର ଅଧୀନରେ ଓୟାରଲାଇନ୍‌ ସେବା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଏକମାତ୍ର କମ୍ପାନୀ ଭାବେ ୨୦୨୨ ଅକ୍ଟୋବରରେ ନୂଆ ଓୟାରଲାଇନ୍ସ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ରାଜ୍ୟରେ ଓୟାରଲାଇନ୍‌ ଗ୍ରାହକ ହରାଇଛନ୍ତି। ସେହିଭଳି ଜାତୀୟସ୍ତରରେ ମଧ୍ୟ ୨୦୨୨ ଅକ୍ଟୋବରରେ ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ୍‌ କ୍ଷେତ୍ରରେ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ି ଉଭୟ କ୍ଷେତ୍ରରେ ନିଜର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଜିଓ ପାଖରେ ଉଭୟ ଗ୍ରାହକ ଓ ରାଜସ୍ବ କ୍ଷେତ୍ରରେ ସର୍ବାଧିକ ବଜାର ଅଂଶ ରହିଛି। ୨୦୨୨ ଅକ୍ଟୋବର ସୁଦ୍ଧା ୧.୩୮କୋଟି ଗ୍ରାହକଙ୍କୁ ନେଇ ଜିଓ ରାଜ୍ୟର ଅଗ୍ରଣୀ ମୋବାଇଲ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ଏୟାରଟେଲ୍‌ର ୧.୧୩ କୋଟି ଗ୍ରାହକ, ବିଏସ୍‌ଏନ୍‌ଏଲ ୬୩.୨୦ ଲକ୍ଷ ଗ୍ରାହକ ଏବଂ ୱିର ୧୬.୪୫ ଲକ୍ଷ ଗ୍ରାହକ ରହିଛନ୍ତି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଜିଓ ଫାଇବରର ଉପସ୍ଥିତିକୁ ଜିଓ ପକ୍ଷରୁ ଦ୍ରୁତଗତିରେ ସମ୍ପ୍ରସାରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri