ଭୁବନେଶ୍ୱର,୬।୧୧: ରିଲାଏନ୍ସ ଜିଓ ୧୫ ଟଙ୍କାରେ ଏକ ଅନ୍ଲିମିଟେଡ୍ ୫ଜି ଡାଟା ପ୍ୟାକ୍ ଆରମ୍ଭ କରିଛି । ଏହି ପ୍ୟାକ୍ର ବୈଧତା ୨୪ ଘଣ୍ଟା ରହିଛି, ଯାହା ଗ୍ରାହକଙ୍କୁ ଦୈନିକ ଡାଟା ସୀମା ନେଇ ଚିନ୍ତା ଛାଡ଼ି ହାଇ-ସ୍ପିଡ୍ ୫ଜି ଇଣ୍ଟରନେଟ୍ ଉପଭୋଗ କରିବାର ସୁଯୋଗ ଦେଉଛି। ଜିଓର ଏହି ନୂଆ ଅଫର ବିଶେଷ ଭାବରେ ସେହି ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନଙ୍କୁ ଅଧିକ ପରିମାଣର ଡାଟା ଆବଶ୍ୟକ ହୋଇଥାଏ। ଏହି ନୂଆ ପ୍ୟାକ୍ ସାହାଯ୍ୟରେ ଗ୍ରାହକମାନେ ୪କେ କ୍ୱାଲିଟିରେ ଚଳଚ୍ଚିତ୍ର ଓ ଭିଡିଓ ଦେଖିପାରିବେ, ଲାଇଭ୍ ଖେଳ ଉପଭୋଗ କରିପାରିବେ ଓ ଅନ୍ଲାଇନ ଗେମିଂ ଖେଳିପାରିବେ। ଏହା ବ୍ୟତୀତ ବଡ଼ ବଡ଼ ଫାଇଲ୍ ଡାଉନଲୋଡ୍, ସଫ୍ଟୱେର୍ ଅପ୍ଡେଟ୍ ଓ କ୍ଲାଉଡ୍ରେ ଡାଟା ଅପ୍ଲୋଡ୍ କରିବା ଭଳି କାମକୁ ସହଜ କରିଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।