ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌

ଭୁବନେଶ୍ୱର,୧୯।୮: ରିଲାଏନ୍ସ ଜିଓ ପକ୍ଷରୁ ନିକଟରେ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଥିବା ୨ଟି ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍‌ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଦୈନିକ ୨ଜିବି ହାଇ ସ୍ପିଡ୍‌ ଡାଟା ମିଳୁଥିବାବେଳେ ୧୪୯୯ଟଙ୍କିଆ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ହାଇ ସ୍ପିଡ୍‌ ଡାଟା ମିଳିବ। ଏପରିକି ଉଭୟ ପ୍ଲାନ୍‌ର ବୈଧତା ୮୪ ଦିନ ସହ ଅସୀମିତ ଭଏସ୍‌ କଲ୍‌ର ସୁବିଧା ମଧ୍ୟ ରହିଛି। ତେବେ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ଜିଓ ପୋଷ୍ଟପେଡ୍‌ ଓ ଜିଓ ଫାଇବର ପ୍ଲାନ୍‌ରେ ମଧ୍ୟ ନେଟ୍‌ଫ୍ଲିକ୍ସ ଉପଲବ୍ଧ ଥିଲାବେଳେ ପ୍ରଥମ ଥର ପାଇଁ ପ୍ରିପେଡ୍‌ ପ୍ଲାନ୍‌ ସହ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଉପଲବ୍ଧ ହୋଇଛି। ସେହିଭଳି ବିଶ୍ୱରେ ପ୍ରଥମ ଥର ପାଇଁ ନେଟ୍‌ଫ୍ଲିକ୍ସକୁ ବଣ୍ଡ୍‌ଲଡ୍‌ ଟେଲିକମ୍‌ ପ୍ରିପେଡ୍‌ ପ୍ଲାନ୍‌ ଜରିଆରେ ଉନ୍ମୋଚନ କରାଯାଇଛି। ଏହା ସହ ଜିଓର ୪୦ କୋଟିରୁ ଅଧିକ ପ୍ରିପେଡ୍‌ ଗ୍ରାହକମାନଙ୍କୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍‌ ଥିବା ପ୍ଲାନ୍‌ ଚୟନ କରିବାର ସୁଯୋଗ ମିଳିବ। ଗ୍ରାହକମାନେ ମଧ୍ୟ କୌଣସି ସ୍ଥାନ ଓ ସମୟରେ ହଲିଉଡ୍‌ରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ଏବଂ ଆଞ୍ଚଳିକ ସିନେମା ଓ ଲୋକପ୍ରିୟ ଟିଭି ଶୋ’ ଆଦି ନେଟ୍‌ଫ୍ଲିକ୍ସ ଜରିଆରେ ଦେଖିପାରିବେ। ବିଶେଷକରି ଜିଓର ଅନ୍ୟ ପ୍ଲାନ୍‌ଗୁଡ଼ିକ ଭଳି ଏହି ୨ନୂଆ ପ୍ଲାନ୍‌କୁ ମଧ୍ୟ ଗ୍ରାହକମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ରିଚାର୍ଜ କରିପାରିବେ। ଜିଓ ପ୍ଲାଟ୍‌ଫର୍ମସ୍‌ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍‌ କହିଛନ୍ତି, କମ୍ପାନୀ ଗ୍ରାହକମାନଙ୍କ ଲାଗି ବିଶ୍ୱସ୍ତରୀୟ ସେବା ଆଣିବା ପାଇଁ ପ୍ରତିବଦ୍ଧ ରହିଛି। ଏପରିକି ଆମ ପ୍ରିପେଡ୍‌ ପ୍ଲାନ୍‌ ସହ ନେଟ୍‌ଫ୍ଲିକ୍ସ ବଣ୍ଡଲ୍‌କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସେହିଭଳି ଆମର ସଂକଳ୍ପକୁ ପ୍ରଦର୍ଶିତ କରିବା ଦିଗରେ ଏହା ଏକ ଦୃଢ ପଦକ୍ଷେପ ହୋଇଥିବାବେଳେ ନେଟ୍‌ଫ୍ଲିକ୍ସ ଭଳି ବିଶ୍ୱସ୍ତରୀୟ ସହଯୋଗୀଙ୍କ ସହ ଆମର ସହଯୋଗିତା ମଧ୍ୟ ସୁଦୃଢ଼ ହୋଇଛି ଏବଂ ବାକି ଦୁନିଆ ଅନୁସରଣ କରିବା ଲାଗି ବ୍ୟାବହାରିକ ଉଦାହରଣ ଆମେ ପ୍ରସ୍ତୁତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri