ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ବ କ୍ଷେତ୍ରରେ ଓଡ଼ିଶାରେ ୧ ନଂ. ସ୍ଥାନ ହାସଲ କରିଛି।ଟ୍ରାଇର ସୂଚନା ଅନୁଯାୟୀ ଜୁଲାଇ ୨୦୨୬ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧ କୋଟି ୮୫ ଲକ୍ଷରୁ ଊଦ୍ଧର୍ବ ମୋବାଇଲ ଗ୍ରାହକ ହାସଲ କରିଛି । ରାଜ୍ୟରେ ରହିଥିବା ୩ କୋଟି ୯୦ ଲକ୍ଷରୁ ଊଦ୍ଧର୍ବ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ଜିଓ ଓଡ଼ିଶାରେ ୪୭.୪ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ଟେଲିକମ୍ କ୍ଷେତ୍ରର ରାଜସ୍ବର ପ୍ରାୟ ୫୨ ପ୍ରତିଶତ ଅଂଶ ହାସଲକରି ସର୍ବାଗ୍ରେ ରହିଛି। ସହରାଞ୍ଚଳ ତୁଳନାରେ ରାଜ୍ୟର ଗ୍ରାମାଞ୍ଚଳରେ ଏହାର ବିଶେଷ ପ୍ରଭାବ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଡିଜିଟାଲ କ୍ରାନ୍ତି ଗ୍ରାମାଞ୍ଚଳରେ ସର୍ବବୃହତ୍ ୪ଜି ଓ ୫ଜି ନେଟ୍ୱର୍କ ଏବଂ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଡିଜିଟାଲ ନେଟ୍ୱର୍କରେ ଯୋଡ଼ିବା ଦିଗରେ ନିରନ୍ତର ପ୍ରୟାସ କରିଛି। ସେହିପରି ସବୁଠାରୁ ବୈପ୍ଲବିକ ପରିବର୍ତ୍ତନ ହୋମ୍ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ସେପ୍ଟେମ୍ବର ୨୦୧୯ରେ ଜିଓଫାଇବର ଏବଂ ସେପ୍ଟେମ୍ବର ୨୦୨୩ରେ ଯୁଗାନ୍ତକାରୀ ଜିଓ ଏୟାରଫାଇବର ସେବା ପ୍ରଚଳନ ପରେ ଓଡ଼ିଶାର କୋଣ ଅନୁକୋଣରେ ଏବେ ହାଇସ୍ପିଡ୍ ହୋମ୍ ବ୍ରଡ୍ବ୍ୟାଣ୍ଡ ଉପଲବ୍ଧ ହୋଇଛି। ଯାହା ଘରେ ରହି କାମ କରୁଥିବା ବୃତ୍ତିଧାରୀ, ଉଦ୍ୟୋଗୀ, ଛୋଟ ବଡ଼ ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ ଓ ଛାତ୍ରୀଛାତ୍ରମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।