ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୯ା୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତୃତୀୟ ଥର ପାଇଁ ଶାସନ ମୁଖ୍ୟ ମନୋନୀତ ହେବାକୁ ଯାଉଛନ୍ତି। ଏଥିପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ଶାସକ ଦଳ ସିପିସି ପକ୍ଷରୁ ଐତିହାସିକ ସଂକଳ୍ପନାମା ଜାରି କରାଯାଇ ଜିନ୍‌ପିଙ୍ଗଙ୍କୁ ଚାଇନାର ଜଣେ ଯୁଗାନ୍ତକାରୀ ନେତା ଘୋଷଣା କରାଯିବ। ସିପିସିର ୧୯ତମ କେନ୍ଦ୍ରୀୟ କମିଟି ଏହାର ଷଷ୍ଠ ସେସନ୍‌ ଆରମ୍ଭ କରିଛି। ଏଥିରେ ପ୍ରାୟ ୪ ଶହ ପୂର୍ଣ୍ଣ ଏବଂ ଅସ୍ଥାୟୀ ସଦସ୍ୟ ସାମିଲ ହୋଇଛନ୍ତି। କମିଟିର ସାଧାରଣ ସମ୍ପାଦକ ୬୮ ବର୍ଷୀୟ ଜିନ୍‌ପିଙ୍ଗ ପଲିଟିକାଲ ବ୍ୟୁରୋ ପକ୍ଷରୁ ତାଙ୍କ କାର୍ଯ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ତାଙ୍କ ଦ୍ୱିତୀୟ ୫ ବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ ହେବ। ସିପିସି ପ୍ରତିଷ୍ଠାତା ମାଓ ଜୋଡାଙ୍ଗଙ୍କ ପରେ ଜିନ୍‌ପିଙ୍ଗ୍‌ ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି।

Share