ରାଷ୍ଟ୍ରପତି ଜିନପିଙ୍ଗ ନୁହେଁ, ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ହେବେ ଜି -୨୦ ସମ୍ମିଳନୀରେ ସାମିଲ

ବେଜିଂ,୪।୯: ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି -୨୦ ବୈଠକରେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ରିପୋର୍ଟରେ କୁହାଯାଇଥିଲା ଯେ ଜି -୨୦ଶିଖର ସମ୍ମିଳନୀ ପାଇଁ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଭାରତ ଗସ୍ତ କରିବେ ନାହିଁ। ଜି -୨୦ ଶିଖର ସମ୍ମିଳନୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।

Share