ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦୀର୍ଘବର୍ଷ ଧରି ରହିବା ଭବିଷ୍ୟତରେ ଦଳ ପାଇଁ କାଳ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଉତ୍ତରାଧିକାରୀ ଅଭାବ ଯୋଗୁ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ରେ ଅସ୍ଥିରତା ଦେଖାଦେବା ଆଶଙ୍କା କରାଯାଉଛି।
ଶି ଜିନ୍‌ପିଙ୍ଗ୍‌ ସିପିସିର ନେତୃତ୍ୱ ନେଇଥିଲେ। ୨୦୧୮ରେ ରାଷ୍ଟ୍ରପତିଙ୍କ ଦୁଇ ଟର୍ମ ବ୍ୟବସ୍ଥାକୁ ହଟାଇ ଦିଆଯାଇ ୬୮ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କୁ ଆଜୀବନ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରାଯାଇଥିଲା। ଏହା ଚାଇନା ପାଇଁ ସମୟର ଆବଶ୍ୟକତା ବୋଲି ସେତେବେଳେ ଜିନ୍‌ପିଙ୍ଗ୍‌ଙ୍କ ସମର୍ଥକମାନେ କହିଥିଲେ। ତେବେ ଦୁଇ ପାଳି ପରେ ଜିନ୍‌ପିଙ୍ଗ କ୍ଷମତାରେ ରହିବା ଦଳରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା ଥିବା ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଦଳୀୟ ନେତାଙ୍କ ଦୁଇ ପାଳି ଶେଷ ହେବା ପରେ ପରବର୍ତ୍ତୀ ସାଧାରଣ ସମ୍ପାଦକ ବଛାଯିବା କଥା। ତେବେ ଉପଯୁକ୍ତ ଉତ୍ତରାଧିକାରୀ ଅଭାବରୁ ଆସନ୍ତା ବର୍ଷ ଦଳ ଗଭର୍ନିଂ ବଡ଼ି ଅଚଳବଦଳରେ ଜିନ୍‌ପିଙ୍ଗ ସର୍ବୋଚ୍ଚ ନେତା ପଦରେ ରହିବା ନେଇ ପର୍ଯ୍ୟବେକ୍ଷକମାନେ ଆଶାବାଦୀ ଅଛନ୍ତି। ଆସନ୍ତା ପାର୍ଟି କଂଗ୍ରେସରେ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟଯୋଜନା ଏବଂ ଦଳକୁ ସଙ୍କଟରୁ ରକ୍ଷା କରିବା ଲାଗି ସେ ନେଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଏହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବା ସହ ପରବର୍ତ୍ତୀ ଦଶକ ପାଇଁ ଦଳକୁ ନୂଆ ରୂପ ଦେଇପାରେ ବୋଲି ହଂକଂରୁ ପ୍ରକାଶିତ ସାଉଥ୍‌ ଚାଇନା ମର୍ନିିଂ ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତା ବର୍ଷ ଯଦି ନୂଆ ନେତା ବଛା ନ ହୁଅନ୍ତି, ତେବେ ଦଳରେ ସମସ୍ୟା ଦେଖାଦେବ ବୋଲି ଷ୍ଟିଭ୍‌ ସାଙ୍ଗ୍‌ କହିଛନ୍ତି। ଉତ୍ତରାଧିକାରୀ ଚୟନ ଲାଗି ଢାଞ୍ଚା ଓ ପ୍ରକ୍ରିୟା ସ୍ପଷ୍ଟ ନ ହେଲେ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଅଧ୍ୟକ୍ଷ ପଦରେ ରହିବା ସମୟସୀମା ଏବଂ ଉତ୍ତରାଧିକାରୀ ଚୟନ ନିୟମ ଉଠାଇଦେଇ ଜିନ୍‌ପିଙ୍ଗ୍‌ ଅଧିକ ସମୟ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି। ସେ ଦଳ, ରାଷ୍ଟ୍ର ତଥା ଜାତୀୟ ପ୍ରକଳ୍ପକୁ ନିଜ ବିଚାରଧାରାରେ ଚଳାଇବା ଲାଗି ଅଧିକ ସମୟ ପାଇଛନ୍ତି ବୋଲି ଅନ୍ୟ ଜଣେ ରାଜନୀତି ବିଶାରଦ ନିସ୍‌ ଗ୍ରୁଏନବର୍ଜ କହିଛନ୍ତି। ତେବେ ନେତୃତ୍ୱ ବ୍ୟବସ୍ଥାରେ ଏହା ପୁଣିଥରେ ଅନିଶ୍ଚିତତା ଆଣିପାରେ। ଅପରିବର୍ତ୍ତିତ ପାଓ୍ବାର ସେଣ୍ଟର ଜିନ୍‌ପିଙ୍ଗ୍‌ କ୍ଷମତାରୁ ଯିବା ପରେ ନେତୃତ୍ୱ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେବ ବୋଲି ଗ୍ରୁଏନ୍‌ବର୍ଜ ଚେତାଇଦେଇଛନ୍ତି।

ସିପିସିର ଶତବାର୍ଷିକୀ

୧୯୨୧ ଜୁଲାଇ ୧ରେ ସିପିସି ପ୍ରତିଷ୍ଠା ହୋଇଥିଲା। ମାଓ ଜେଡୋଙ୍ଗ ଥିଲେ ଏହାର ପ୍ରତିଷ୍ଠାତା ନେତା ଏବଂ ଅଧ୍ୟକ୍ଷ। ଦଳ ମାଓଙ୍କ ଉପରେ ଏପରି ନିର୍ଭରଶୀଳ ଥିଲା ଯେ ୧୯୭୬ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ଏହାକୁ ନିୟନ୍ତ୍ରଣରେ ରଖିଥିଲେ। ୧୯୫୮ରେ କୃଷି ଓ ଶିଳ୍ପ ଉତ୍ପାଦନ ବଢ଼ାଇବା ପାଇଁ ‘ଗ୍ରେଟ୍‌ ଲିପ୍‌ ଫରଓ୍ବାର୍ଡ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଦୁର୍ଭିକ୍ଷ ଯୋଗୁ ଉତ୍ପାଦନ କମ୍‌ ହେବା ଫଳରେ ଉକ୍ତ ଅଭିଯାନକୁ ବନ୍ଦ କରିଦିଆଯାଇଥିଲା। ସେହିପରି ୧୯୬୬ରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ବିପ୍ଳବ, ଯେଉଁଥିରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ମାଓଙ୍କର ଉପରୋକ୍ତ ୨ ବିଫଳ ଚିନ୍ତାଧାରା ଦଳକୁ ବିପର୍ଯ୍ୟୟ ଆଡ଼କୁ ନେଇଯାଇଥିଲା। ପରେ ମଧ୍ୟମପନ୍ଥୀ ନେତା ଡେଙ୍ଗ୍‌ ଜିଆଓପିଙ୍ଗ୍‌ଙ୍କ ଉଦ୍ୟମ ବଳରେ କମ୍ୟୁନିଷ୍ଟ ପାର୍ଟି ପୁଣିଥରେ ସୁଦୃଢ଼ ହୋଇଥିଲା। ୧୯୯୭ ପର୍ଯ୍ୟନ୍ତ ଡେଙ୍ଗ ଦଳର ନେତୃତ୍ୱ ନେଇଥିଲେ ଏବଂ ମାଓଙ୍କ କଠୋରପନ୍ଥୀ ମାର୍କ୍ସବାଦ ନୀତି ବଦଳରେ ସମାଜବାଦ ଚିନ୍ତାଧାରା ପ୍ରଚଳନ କରିଥିଲେ। ତାଙ୍କର ଏହି ପଦକ୍ଷେପ ଯୋଗୁ ବିଶ୍ୱର ସବୁଠୁ ଜନବହୁଳ ଦେଶ ଦ୍ୱିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିଲା। ଡେଙ୍ଗ୍‌ଙ୍କ ସାମୂହିକ ନେତୃତ୍ୱ ଢାଞ୍ଚା ଯୋଗୁ ଦଳରେ ସବୁ ଗୋଷ୍ଠୀର ନେତା ସାମିଲ ହୋଇପାରିଥିଲେ ଏବଂ ସିପିସି ୯ କୋଟି ସଦସ୍ୟ ବିଶିଷ୍ଟ ଦଳରେ ପରିଣତ ହୋଇଥିଲା। ୧୯୯୭ରେ ଡେଙ୍ଗଙ୍କ ପରଲୋକ ପରେ ପୁଣିଥରେ ଦଳକୁ ଏକକ ନେତୃତ୍ୱ ଫେରିଥିଲା। ଶହେ ବର୍ଷ ପୁରୁଣା ଏହି ଦଳ ଗୁରୁବାର ଶତବାର୍ଷିକୀ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri