ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦୀର୍ଘବର୍ଷ ଧରି ରହିବା ଭବିଷ୍ୟତରେ ଦଳ ପାଇଁ କାଳ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଉତ୍ତରାଧିକାରୀ ଅଭାବ ଯୋଗୁ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ରେ ଅସ୍ଥିରତା ଦେଖାଦେବା ଆଶଙ୍କା କରାଯାଉଛି।
ଶି ଜିନ୍‌ପିଙ୍ଗ୍‌ ସିପିସିର ନେତୃତ୍ୱ ନେଇଥିଲେ। ୨୦୧୮ରେ ରାଷ୍ଟ୍ରପତିଙ୍କ ଦୁଇ ଟର୍ମ ବ୍ୟବସ୍ଥାକୁ ହଟାଇ ଦିଆଯାଇ ୬୮ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କୁ ଆଜୀବନ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରାଯାଇଥିଲା। ଏହା ଚାଇନା ପାଇଁ ସମୟର ଆବଶ୍ୟକତା ବୋଲି ସେତେବେଳେ ଜିନ୍‌ପିଙ୍ଗ୍‌ଙ୍କ ସମର୍ଥକମାନେ କହିଥିଲେ। ତେବେ ଦୁଇ ପାଳି ପରେ ଜିନ୍‌ପିଙ୍ଗ କ୍ଷମତାରେ ରହିବା ଦଳରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା ଥିବା ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଦଳୀୟ ନେତାଙ୍କ ଦୁଇ ପାଳି ଶେଷ ହେବା ପରେ ପରବର୍ତ୍ତୀ ସାଧାରଣ ସମ୍ପାଦକ ବଛାଯିବା କଥା। ତେବେ ଉପଯୁକ୍ତ ଉତ୍ତରାଧିକାରୀ ଅଭାବରୁ ଆସନ୍ତା ବର୍ଷ ଦଳ ଗଭର୍ନିଂ ବଡ଼ି ଅଚଳବଦଳରେ ଜିନ୍‌ପିଙ୍ଗ ସର୍ବୋଚ୍ଚ ନେତା ପଦରେ ରହିବା ନେଇ ପର୍ଯ୍ୟବେକ୍ଷକମାନେ ଆଶାବାଦୀ ଅଛନ୍ତି। ଆସନ୍ତା ପାର୍ଟି କଂଗ୍ରେସରେ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟଯୋଜନା ଏବଂ ଦଳକୁ ସଙ୍କଟରୁ ରକ୍ଷା କରିବା ଲାଗି ସେ ନେଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଏହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବା ସହ ପରବର୍ତ୍ତୀ ଦଶକ ପାଇଁ ଦଳକୁ ନୂଆ ରୂପ ଦେଇପାରେ ବୋଲି ହଂକଂରୁ ପ୍ରକାଶିତ ସାଉଥ୍‌ ଚାଇନା ମର୍ନିିଂ ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତା ବର୍ଷ ଯଦି ନୂଆ ନେତା ବଛା ନ ହୁଅନ୍ତି, ତେବେ ଦଳରେ ସମସ୍ୟା ଦେଖାଦେବ ବୋଲି ଷ୍ଟିଭ୍‌ ସାଙ୍ଗ୍‌ କହିଛନ୍ତି। ଉତ୍ତରାଧିକାରୀ ଚୟନ ଲାଗି ଢାଞ୍ଚା ଓ ପ୍ରକ୍ରିୟା ସ୍ପଷ୍ଟ ନ ହେଲେ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଅଧ୍ୟକ୍ଷ ପଦରେ ରହିବା ସମୟସୀମା ଏବଂ ଉତ୍ତରାଧିକାରୀ ଚୟନ ନିୟମ ଉଠାଇଦେଇ ଜିନ୍‌ପିଙ୍ଗ୍‌ ଅଧିକ ସମୟ କ୍ଷମତାରେ ରହିବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି। ସେ ଦଳ, ରାଷ୍ଟ୍ର ତଥା ଜାତୀୟ ପ୍ରକଳ୍ପକୁ ନିଜ ବିଚାରଧାରାରେ ଚଳାଇବା ଲାଗି ଅଧିକ ସମୟ ପାଇଛନ୍ତି ବୋଲି ଅନ୍ୟ ଜଣେ ରାଜନୀତି ବିଶାରଦ ନିସ୍‌ ଗ୍ରୁଏନବର୍ଜ କହିଛନ୍ତି। ତେବେ ନେତୃତ୍ୱ ବ୍ୟବସ୍ଥାରେ ଏହା ପୁଣିଥରେ ଅନିଶ୍ଚିତତା ଆଣିପାରେ। ଅପରିବର୍ତ୍ତିତ ପାଓ୍ବାର ସେଣ୍ଟର ଜିନ୍‌ପିଙ୍ଗ୍‌ କ୍ଷମତାରୁ ଯିବା ପରେ ନେତୃତ୍ୱ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେବ ବୋଲି ଗ୍ରୁଏନ୍‌ବର୍ଜ ଚେତାଇଦେଇଛନ୍ତି।

ସିପିସିର ଶତବାର୍ଷିକୀ

୧୯୨୧ ଜୁଲାଇ ୧ରେ ସିପିସି ପ୍ରତିଷ୍ଠା ହୋଇଥିଲା। ମାଓ ଜେଡୋଙ୍ଗ ଥିଲେ ଏହାର ପ୍ରତିଷ୍ଠାତା ନେତା ଏବଂ ଅଧ୍ୟକ୍ଷ। ଦଳ ମାଓଙ୍କ ଉପରେ ଏପରି ନିର୍ଭରଶୀଳ ଥିଲା ଯେ ୧୯୭୬ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ଏହାକୁ ନିୟନ୍ତ୍ରଣରେ ରଖିଥିଲେ। ୧୯୫୮ରେ କୃଷି ଓ ଶିଳ୍ପ ଉତ୍ପାଦନ ବଢ଼ାଇବା ପାଇଁ ‘ଗ୍ରେଟ୍‌ ଲିପ୍‌ ଫରଓ୍ବାର୍ଡ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଦୁର୍ଭିକ୍ଷ ଯୋଗୁ ଉତ୍ପାଦନ କମ୍‌ ହେବା ଫଳରେ ଉକ୍ତ ଅଭିଯାନକୁ ବନ୍ଦ କରିଦିଆଯାଇଥିଲା। ସେହିପରି ୧୯୬୬ରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ବିପ୍ଳବ, ଯେଉଁଥିରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ମାଓଙ୍କର ଉପରୋକ୍ତ ୨ ବିଫଳ ଚିନ୍ତାଧାରା ଦଳକୁ ବିପର୍ଯ୍ୟୟ ଆଡ଼କୁ ନେଇଯାଇଥିଲା। ପରେ ମଧ୍ୟମପନ୍ଥୀ ନେତା ଡେଙ୍ଗ୍‌ ଜିଆଓପିଙ୍ଗ୍‌ଙ୍କ ଉଦ୍ୟମ ବଳରେ କମ୍ୟୁନିଷ୍ଟ ପାର୍ଟି ପୁଣିଥରେ ସୁଦୃଢ଼ ହୋଇଥିଲା। ୧୯୯୭ ପର୍ଯ୍ୟନ୍ତ ଡେଙ୍ଗ ଦଳର ନେତୃତ୍ୱ ନେଇଥିଲେ ଏବଂ ମାଓଙ୍କ କଠୋରପନ୍ଥୀ ମାର୍କ୍ସବାଦ ନୀତି ବଦଳରେ ସମାଜବାଦ ଚିନ୍ତାଧାରା ପ୍ରଚଳନ କରିଥିଲେ। ତାଙ୍କର ଏହି ପଦକ୍ଷେପ ଯୋଗୁ ବିଶ୍ୱର ସବୁଠୁ ଜନବହୁଳ ଦେଶ ଦ୍ୱିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିଲା। ଡେଙ୍ଗ୍‌ଙ୍କ ସାମୂହିକ ନେତୃତ୍ୱ ଢାଞ୍ଚା ଯୋଗୁ ଦଳରେ ସବୁ ଗୋଷ୍ଠୀର ନେତା ସାମିଲ ହୋଇପାରିଥିଲେ ଏବଂ ସିପିସି ୯ କୋଟି ସଦସ୍ୟ ବିଶିଷ୍ଟ ଦଳରେ ପରିଣତ ହୋଇଥିଲା। ୧୯୯୭ରେ ଡେଙ୍ଗଙ୍କ ପରଲୋକ ପରେ ପୁଣିଥରେ ଦଳକୁ ଏକକ ନେତୃତ୍ୱ ଫେରିଥିଲା। ଶହେ ବର୍ଷ ପୁରୁଣା ଏହି ଦଳ ଗୁରୁବାର ଶତବାର୍ଷିକୀ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri