Categories: ଫୁରସତ

୭୦ ବର୍ଷୀୟ ସାବିତ୍ରୀ ଭାରତର ସବୁଠାରୁ ଧନୀ ମହିଳା: ରହିଛି ୫୨ହଜାର କୋଟିରୁ ଅଧିକ ସମ୍ପତ୍ତି; ରାଜନୀତିରେ ପତିଆରା

ଦେଶର ସବୁଠାରୁ ଧନୀ ତାଲିକାରେ ଅଧିକାଂଶ ପୁରୁଷ ଅଛନ୍ତି। ହେଲେ ତାଲିକାରେ ଥିବା ମହିଳାଙ୍କ ମଧ୍ୟରୁ ଗୋଟିଏ ନାମ ସାବିତ୍ରୀ ଜିନ୍ଦଲଙ୍କର ମଧ୍ୟ ରହିଛି। ଅନ୍ୟପକ୍ଷେ ଦେଖିଲେ ଧନୀ ମହିଳାଙ୍କ ତାଲିକାରେ ସେ ପ୍ରଥମ ସ୍ଥାନ ଅଧିକାର କରନ୍ତି।
୫୨ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ସେ ଜିନ୍ଦଲ ଗ୍ରୁପ୍‌ର ଅଧ୍ୟକ୍ଷ ଅଛନ୍ତି। ୯ଜଣ ସନ୍ତାନର ଜନନୀ ହେବା ସତ୍ତ୍ୱେ କମ୍ପାନୀର ପରିଚାଳନା ଭାର ସେ ଭଲ ଭାବେ ସମ୍ଭାଳିଛନ୍ତି। ତାଙ୍କ କମ୍ପାନୀ ଷ୍ଟିଲ, ପାଓ୍ବାର, ସିମେଣ୍ଟ ଏବଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଦି କ୍ଷେତ୍ରରେ କାମ କରିଥାଏ।

ସାବିତ୍ରୀଙ୍କ ସ୍ବାମୀ ଓମ୍‌ପ୍ରକାଶ ଜିନ୍ଦଲ ଗ୍ରୁପ୍‌ର ସ୍ଥାପନା କରିଥିଲେ। ତାଙ୍କ ପରିବାର ହରିୟାଣା ରାଜନୀତିରେ ସକ୍ରିୟ ଥିଲେ। ଓମ୍‌ପ୍ରକାଶ କଂଗ୍ରେସ ଟିକେଟରେ ତିନିଥର ବିଧାନସଭା ନିର୍ବାଚନ ମଧ୍ୟ ଜିତିଥିଲେ। ୨୦୦୫ରେ ସେ ଶକ୍ତିମନ୍ତ୍ରୀ ଥିଲେ। ଏହାର କିଛି ଦିନ ପରେ ଏକ ହେଲିକାପ୍ଟର ଦୁର୍ଘଟଣାରେ ତାଙ୍କ ନିଧନ ହୋଇଥିଲା। ପରେ ସାବିତ୍ରୀ ମଧ୍ୟ ନିର୍ବାଚନରେ ଲଢ଼ି ମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ ନିର୍ବାଚନରେ ହାରି ଯାଇଥିଲେ।

ସାବିତ୍ରୀଙ୍କ ଚାରି ପୁଅ ଅଛନ୍ତି। ସେମାନେ ହେଲେ ପୃଥ୍ବୀରାଜ ଜିନ୍ଦଲ, ରତନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ଏବଂ ନବୀନ ଜିନ୍ଦଲ। ପୃଥ୍ବୀରାଜ ଜିନ୍ଦଲ ସ ଲିମିଟେଡର ଦାୟିତ୍ୱ ସମ୍ଭାଳିଥିବା ବେଳେ ସଜ୍ଜନ ଜେଏସ୍‌ଡବ୍ଲୁ ଗ୍ରୁପ, ରତନ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ଏବଂ ନବୀନ ଜିନ୍ଦଲ ଷ୍ଟିଲ୍ସ ଆଣ୍ଡ ପାଓ୍ବାର ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି।

Share