ଦର୍ଶକଙ୍କୁ ପସନ୍ଦ ଆସିଲାନି ଅମିତାଭଙ୍କ ‘ଝୁଣ୍ଡ’

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ରହିଛି ମନୋରଞ୍ଜନ ଦୁନିଆରେ ଏକ ଭିନ୍ନ ପରିଚୟ । ତାଙ୍କର ବିକଳ୍ପ କେହି ନାହିଁ କହିଲେ ଚଳେ । ୭୯ ବର୍ଷ ବୟସରେ ବି ସେ ଦର୍ଶକଙ୍କୁ ପୂର୍ବଭଳି ବାନ୍ଧି ରଖିବାରେ ବେଶ ପାରଙ୍ଗମ । ହେଲେ ଏଥର ଦର୍ଶକେ ବିଗ ବିଙ୍କ ଅଭିନୟକୁ ସେତେଟା ପସନ୍ଦ କରି ନ ଥିବା କୁହାଯାଉଛି । କରୋନା ମହାମାରୀ ପରେ ପ୍ରଥମ କରି ରିଲିଜ୍ ହେଲା ବିଗ ବିଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’ । ଦର୍ଶକେ ଫିଲ୍ମକୁ ଯଦିଓ ପସନ୍ଦ କରିଛନ୍ତି ହେଲେ ବକ୍ସ ଅଫିସରେ ଏହା ଏତେ ଭଲ ପ୍ରଦର୍ଶନ କରି ନାହିଁ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଓପନିଂ ଡେ’ର କଲେକ୍ସନ ଶେୟାର କରିଛନ୍ତି । ପ୍ରଥମ ଦିନରେ ଫିଲ୍ମ ମାତ୍ର ୧.୫୦ କୋଟି ଆୟ କରିଛି । ଯାହା ଆଦୌ ଆଖି ଦୃଶିଆ ନୁହେଁ । ୱିକଏଣ୍ଡରେ ରିଲିଜ୍ ହାଇଥିବା ଏହି ଫିଲ୍ମ ଆଗକୁ କେତେ ବ୍ୟବସାୟ କରିବ ତାହା ସମୟ କହିବ ।

Share