Categories: ଖେଳ

ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କୀର୍ତ୍ତିମାନ ରଚିଲେ ଝୁଲନ

ନୂଆଦିଲ୍ଲୀ,୧୬।୩: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଆଇସିସି ଦିନିକିଆ ମହିଳା ବିଶ୍ୱକପ୍‌ରେ ଭାରତର ଝୁଲନ ଗୋସ୍ବାମୀ ବିଶ୍ୱ ରେକର୍ଡର ଅଧିକାରୀ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଝୁଲନ ଦିନିକିଆରେ ୨୫୦ ଉଇକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା କ୍ରିକେଟର।

ସେହିଭଳି ଝୁଲନ ବିଶ୍ୱର ପ୍ରଥମ ମହିଳା କ୍ରିକେଟର, ଯିଏକି ଦିନିକିଆରେ ୨୦୦ରୁ ଅଧିକ ଉଇକେଟ ନେଇଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର କ୍ୟାଥରୟନ ଫିଟପାଟ୍ରିକ ୧୮୦, ୱେଷ୍ଟଇଣ୍ଡିଜର ଅନିସା ମହମ୍ମଦ ୧୮୦, ଦକ୍ଷିଣ ଆଫ୍ରିକାର ଶବନିମ ଇସମାଇଲ ୧୬୮ ଓ ଇଂଲଣ୍ଡର କ୍ୟାଥେରିନ ବ୍ରଣ୍ଟ ୧୬୪ ଉଇକେଟ ନେଇଛନ୍ତି।

ପ୍ରକାଶ ଯେ, ଝୁଲନଙ୍କ ରେକର୍ଡ ସତ୍ତ୍ୱେ ଭାରତକୁ ବୁଧବାର ଇଂଲଣ୍ଡ ଠାରୁ ୪ ଉଇକେଟରେ ପରାସ୍ତ ହେବାକୁ ପଡ଼ିଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୩୪ ରନ୍‌ କରିବାକୁ ଦଳ ସକ୍ଷମ ହୋଇଥିଲା। ଜବାବରେ ଇଂଲଣ୍ଡ ୬ ଉଇକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।

Share