ଝାରସୁଗୁଡ଼ାରେ ୩ ପୌର ଉପାଧ୍ୟକ୍ଷ ପଦବୀ ହାତେଇଲା ବିଜେଡି

ଝାରସୁଗୁଡ଼ା ଅଫିସ,୭।୪: ଝାରସୁଗୁଡ଼ା ଜିଲାର ଝାରସୁଗଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦରେ ଉପାଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୩ ପୌର ପରିଷଦରେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି କାଉନସିଲ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନର୍ବାଚିତ ହୋଇଛନ୍ତି। ଫଳରେ ବିଜେଡି ୩ ପୌର ଉପାଧ୍ୟକ୍ଷ ପଦବୀ ହାତେଇଛି। ଏଥିମଧ୍ୟରେ ଝାରସୁଗୁଡା ପୌର ଉପାଧ୍ୟକ୍ଷ ଭାବା ବେଣୁ ଗୋପାଳ ପାଣିଗ୍ରାହୀ ନିର୍ବାଚିତ ହୋଇଥିବା ବେଳେ ବ୍ରଜରାଜନଗର ପୌର ଉପାଧ୍ୟକ୍ଷ ଗୋପାଳ ସିତାନୀ, ବେଲପାହାଡ଼ ପୌର ଉପାଧ୍ୟକ୍ଷା ରିନା ସୁନା ନିର୍ଦ୍ୱନ୍ଦରେ ନର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ଘୋଷଣା ପରେ ନବର୍ନିବାଚିତ ପୌର ଉପାଧ୍ୟକ୍ଷ ଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।