ଝାରସୁଗୁଡ଼ା ଜିଲା ବିଜେଡି ୨ ଭାଗ, ଦୁଇ ପୂର୍ବତନ ବିଧାୟିକାଙ୍କ ମଧ୍ୟରେ ଟକରାଟକରି

ଝାରସୁଗୁଡ଼ା,୧୧।୪(ଆଶିଷ ରଞ୍ଜନ ଦାଶ): ବର୍ତ୍ତମାନ ୱକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡି ଭାଗ ଭାଗ ହୋଇ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ପରେ ଜିଲା ବିଜେଡି ପ୍ରାୟତଃ ଦୁଇ ଭାଗ। ଜିଲା ବିଜେଡିରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଓ ଦୀପାଳି ଦାସଙ୍କ ମଧ୍ୟରେ ଟକରାଟକରି ଚାଲିଛି। ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଥିଲେ ପୂର୍ବତନ ବିଧାୟିକା ଅଳକାଙ୍କ ସମର୍ଥକ। କିନ୍ତୁ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଓ ଭାଜପାର ଜଣେ ଆଗ ଧାଡ଼ିର ନେତାଙ୍କ ପ୍ରଚେଷ୍ଟାରେ ଏଇ କିଛି ଦିନ ହେବ ଅନାସ୍ଥା ଅଣାଯାଇ ଯାଞ୍ଜସେନୀଙ୍କୁ ହଟାଇ ଦିଆଯାଇଥିବା ଅଳକାଙ୍କ ଅନୁଗତମାନେ କହୁଛନ୍ତି, ଯାହା କି ଜିଲା ବିଜେଡିରେ ଫାଟ ସୃଷ୍ଟି ହେବା ମୁଖ୍ୟ କାରଣ। ଯଦି ଝାରସୁଗୁଡ଼ାର ୧୫ରୁ ୨୦ ବର୍ଷ ରାଜନୀତି ଇତିହାସକୁ ଦେଖିବା, ତେବେ ସ୍ବର୍ଗତ କିଶୋର ମହାନ୍ତିଙ୍କ ଲୋକପ୍ରିୟତା ଥିଲା। ପରେ କଂଗ୍ରେସରୁ ଆସି ନବ ଦାସ ବିଜେଡିରେ ଯୋଗ ଦେଇଥିଲେ। ଫଳରେ ଉଭୟେ ଜିଲାରେ ବିଜେଡିକୁ ମଜଭୁତ କରିଥିଲେ। ତେବେ କିଶୋରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଅଳକା କମ୍‌ ଦିନ ପାଇଁ ବ୍ରଜରାଜନଗର ବିଧାୟକ ହେବା ସହିତ ଗତ ନିର୍ବାଚନରେ ଭାଜପାର ସୁରେଶ ପୂଜାରୀଙ୍କଠାରୁ ହାରିଯାଇଥିଲେ। କିନ୍ତୁ ଏବେ ଅଳକାଙ୍କ ସହ ତାଙ୍କ ପୁଅ ଦୁର୍ଗେଶ ମହାନ୍ତି ପିତାଙ୍କ ଅନୁଗତଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରୁଛନ୍ତି।
ବିଶ୍ୱସ୍ତ ସୂତ୍ରର ଖବର ଅନୁସାରେ ଜିଲା ସଭାପତି ପଦ ପାଇଁ ଅଳକା ମହାନ୍ତି ଅନ୍ୟତମ ନେତା ତାପସ ରାୟ ଚୌଧୁରୀଙ୍କ ନାମ ସୁପାରିସ କରିଥିବା ଜଣାପଡିଛି। ଚୌଧୁରୀ ଝାରସୁଗୁଡା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଥିଲେ। ଏବେ ସେ ଜିଲା ଆଥ୍‌ଲେଟିକ ଆସୋସିଏଶନ ସହିତ ବିଭିନ୍ନ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ ସଙ୍ଗଠନ ସହିତ ଜଡ଼ିତ ଅଛନ୍ତି। ସେ ଯଦି ଜିଲା ସଭାପତି ହୁଅନ୍ତି, ତେବେ ଉଭୟ ଗୋଷ୍ଠୀର ଲୋକଙ୍କୁ ଏକଜୁଟ କରି ଜିଲାରେ ବିଜେଡି ସଙ୍ଗଠନକୁ ମଜଭୁତ କରିପାରିବେ ବୋଲି ଚର୍ଚ୍ଚା ହୁଏ।
ସେହିପରି ଦୀପାଳି ମଧ୍ୟ ଝାରସୁଗୁଡ଼ାରେ ତାଙ୍କ ପିତା ନବଙ୍କ ଦେହାନ୍ତ ପରେ ଝାରସୁଗୁଡାର ବିଧାୟକ ହୋଇଥିଲେ। ୨୦୨୪ ନିର୍ବାଚନରେ ଭାଜପାର ଟଙ୍କଧର ତ୍ରିପାଠୀଙ୍କଠାରୁ ଅଳ୍ପ ଭୋଟରେ ହାରିଯାଇଥିଲେ। ନବଙ୍କ ଏକାନ୍ତ ଅନୁଗତ ଥିବା ଅନେକ ଲୋକ ଏବେ ଦଳ ଛାଡି ଭାଜପାକୁ ଚାଲିଯାଉଥିବା ବେଳେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବରେ ନିଜର ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଦୀପାଳି ନିଜ ଲକ୍ଷ୍ୟ ହାସଲ କରିପାରିଲେ ନାହିଁ। ଅର୍ଥାତ୍‌ ଏକଦା ନବଙ୍କ ଗଡ଼ ଥିବା କିର୍ମିରାରେ ଭାଜପା ସମର୍ଥିତ ସମିତି ଅଧ୍ୟକ୍ଷା ନିଜ ପଦବୀ ବଜାୟ ରଖିଲେ। ଏହାସତ୍ତ୍ୱେ ଭାଇ ବିଶାଳଙ୍କ ସହାୟତାରେ ଦୀପାଳି ନିଜ ସଙ୍ଗଠନକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି। ସେ ଜିଲା ସଭାପତି ପଦ ପାଇଁ ବର୍ତ୍ତମାନ ଥିବା ଜିଲା ସଭାପତି ରବି ସିଂ ଓ ହରିଶ ଗଣତ୍ରାଙ୍କ ନାମ ସୁପାରିସ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କୁହାଯାଉଛି ରବି ସିଂ ବୟସାଧିକ୍ୟ କାରଣରୁ ଭାଜପା କବ୍‌ଜାରେ ଥିବା ଝାରସୁଗୁଡା ଜିଲାରେ ଧଁାଧପଡ଼ କରି ସଙ୍ଗଠନକୁ ମଜଭୁତ କରିବା ସମ୍ଭବ ନୁହେଁ। ତେବେ ଜିଲା ସଭାପତି ପଦ ପାଇଁ ଜିଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଳଙ୍କ ନାମକୁ ନେଇ ମଧ୍ୟ ଜିଲାରେ ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ଝାରସୁଗୁଡ଼ାବାସୀ କାହା ନେତୃତ୍ୱ ପ୍ରତି ଆସ୍ଥା ରଖୁଛନ୍ତି ଓ ବିଜେଡି ମୁଖ୍ୟ କାହାର କେଉଁ ଅଭିଜ୍ଞତାକୁ ଆଖି ଆଗରେ ରଖି ଜିଲା ସଭାପତି ପଦ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri