ଝାରସୁଗୁଡ଼ା ଜିଲା ବିଜେଡି ୨ ଭାଗ, ଦୁଇ ପୂର୍ବତନ ବିଧାୟିକାଙ୍କ ମଧ୍ୟରେ ଟକରାଟକରି

ଝାରସୁଗୁଡ଼ା,୧୧।୪(ଆଶିଷ ରଞ୍ଜନ ଦାଶ): ବର୍ତ୍ତମାନ ୱକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡି ଭାଗ ଭାଗ ହୋଇ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ପରେ ଜିଲା ବିଜେଡି ପ୍ରାୟତଃ ଦୁଇ ଭାଗ। ଜିଲା ବିଜେଡିରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଓ ଦୀପାଳି ଦାସଙ୍କ ମଧ୍ୟରେ ଟକରାଟକରି ଚାଲିଛି। ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଥିଲେ ପୂର୍ବତନ ବିଧାୟିକା ଅଳକାଙ୍କ ସମର୍ଥକ। କିନ୍ତୁ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଓ ଭାଜପାର ଜଣେ ଆଗ ଧାଡ଼ିର ନେତାଙ୍କ ପ୍ରଚେଷ୍ଟାରେ ଏଇ କିଛି ଦିନ ହେବ ଅନାସ୍ଥା ଅଣାଯାଇ ଯାଞ୍ଜସେନୀଙ୍କୁ ହଟାଇ ଦିଆଯାଇଥିବା ଅଳକାଙ୍କ ଅନୁଗତମାନେ କହୁଛନ୍ତି, ଯାହା କି ଜିଲା ବିଜେଡିରେ ଫାଟ ସୃଷ୍ଟି ହେବା ମୁଖ୍ୟ କାରଣ। ଯଦି ଝାରସୁଗୁଡ଼ାର ୧୫ରୁ ୨୦ ବର୍ଷ ରାଜନୀତି ଇତିହାସକୁ ଦେଖିବା, ତେବେ ସ୍ବର୍ଗତ କିଶୋର ମହାନ୍ତିଙ୍କ ଲୋକପ୍ରିୟତା ଥିଲା। ପରେ କଂଗ୍ରେସରୁ ଆସି ନବ ଦାସ ବିଜେଡିରେ ଯୋଗ ଦେଇଥିଲେ। ଫଳରେ ଉଭୟେ ଜିଲାରେ ବିଜେଡିକୁ ମଜଭୁତ କରିଥିଲେ। ତେବେ କିଶୋରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଅଳକା କମ୍‌ ଦିନ ପାଇଁ ବ୍ରଜରାଜନଗର ବିଧାୟକ ହେବା ସହିତ ଗତ ନିର୍ବାଚନରେ ଭାଜପାର ସୁରେଶ ପୂଜାରୀଙ୍କଠାରୁ ହାରିଯାଇଥିଲେ। କିନ୍ତୁ ଏବେ ଅଳକାଙ୍କ ସହ ତାଙ୍କ ପୁଅ ଦୁର୍ଗେଶ ମହାନ୍ତି ପିତାଙ୍କ ଅନୁଗତଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରୁଛନ୍ତି।
ବିଶ୍ୱସ୍ତ ସୂତ୍ରର ଖବର ଅନୁସାରେ ଜିଲା ସଭାପତି ପଦ ପାଇଁ ଅଳକା ମହାନ୍ତି ଅନ୍ୟତମ ନେତା ତାପସ ରାୟ ଚୌଧୁରୀଙ୍କ ନାମ ସୁପାରିସ କରିଥିବା ଜଣାପଡିଛି। ଚୌଧୁରୀ ଝାରସୁଗୁଡା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଥିଲେ। ଏବେ ସେ ଜିଲା ଆଥ୍‌ଲେଟିକ ଆସୋସିଏଶନ ସହିତ ବିଭିନ୍ନ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ ସଙ୍ଗଠନ ସହିତ ଜଡ଼ିତ ଅଛନ୍ତି। ସେ ଯଦି ଜିଲା ସଭାପତି ହୁଅନ୍ତି, ତେବେ ଉଭୟ ଗୋଷ୍ଠୀର ଲୋକଙ୍କୁ ଏକଜୁଟ କରି ଜିଲାରେ ବିଜେଡି ସଙ୍ଗଠନକୁ ମଜଭୁତ କରିପାରିବେ ବୋଲି ଚର୍ଚ୍ଚା ହୁଏ।
ସେହିପରି ଦୀପାଳି ମଧ୍ୟ ଝାରସୁଗୁଡ଼ାରେ ତାଙ୍କ ପିତା ନବଙ୍କ ଦେହାନ୍ତ ପରେ ଝାରସୁଗୁଡାର ବିଧାୟକ ହୋଇଥିଲେ। ୨୦୨୪ ନିର୍ବାଚନରେ ଭାଜପାର ଟଙ୍କଧର ତ୍ରିପାଠୀଙ୍କଠାରୁ ଅଳ୍ପ ଭୋଟରେ ହାରିଯାଇଥିଲେ। ନବଙ୍କ ଏକାନ୍ତ ଅନୁଗତ ଥିବା ଅନେକ ଲୋକ ଏବେ ଦଳ ଛାଡି ଭାଜପାକୁ ଚାଲିଯାଉଥିବା ବେଳେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବରେ ନିଜର ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଦୀପାଳି ନିଜ ଲକ୍ଷ୍ୟ ହାସଲ କରିପାରିଲେ ନାହିଁ। ଅର୍ଥାତ୍‌ ଏକଦା ନବଙ୍କ ଗଡ଼ ଥିବା କିର୍ମିରାରେ ଭାଜପା ସମର୍ଥିତ ସମିତି ଅଧ୍ୟକ୍ଷା ନିଜ ପଦବୀ ବଜାୟ ରଖିଲେ। ଏହାସତ୍ତ୍ୱେ ଭାଇ ବିଶାଳଙ୍କ ସହାୟତାରେ ଦୀପାଳି ନିଜ ସଙ୍ଗଠନକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି। ସେ ଜିଲା ସଭାପତି ପଦ ପାଇଁ ବର୍ତ୍ତମାନ ଥିବା ଜିଲା ସଭାପତି ରବି ସିଂ ଓ ହରିଶ ଗଣତ୍ରାଙ୍କ ନାମ ସୁପାରିସ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କୁହାଯାଉଛି ରବି ସିଂ ବୟସାଧିକ୍ୟ କାରଣରୁ ଭାଜପା କବ୍‌ଜାରେ ଥିବା ଝାରସୁଗୁଡା ଜିଲାରେ ଧଁାଧପଡ଼ କରି ସଙ୍ଗଠନକୁ ମଜଭୁତ କରିବା ସମ୍ଭବ ନୁହେଁ। ତେବେ ଜିଲା ସଭାପତି ପଦ ପାଇଁ ଜିଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଳଙ୍କ ନାମକୁ ନେଇ ମଧ୍ୟ ଜିଲାରେ ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ଝାରସୁଗୁଡ଼ାବାସୀ କାହା ନେତୃତ୍ୱ ପ୍ରତି ଆସ୍ଥା ରଖୁଛନ୍ତି ଓ ବିଜେଡି ମୁଖ୍ୟ କାହାର କେଉଁ ଅଭିଜ୍ଞତାକୁ ଆଖି ଆଗରେ ରଖି ଜିଲା ସଭାପତି ପଦ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri