ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ

ଭୁବନେଶ୍ୱର,୨୯।୩: ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ସୂଚନାନୁଯାୟୀ, ମେ’୧୦ରେ ମତଦାନ ଏବଂ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଏପ୍ରିଲ ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସେହିପରି ୨୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ରହିଛି।
ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲିପଡିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।