ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯୁବତୀଙ୍କ ପ୍ରେମିକ ସୋମନାଥ ଓଝା ଓ ବଳାତ୍କାର କରି ହତ୍ୟାକରିଥିବା ଝାଡ଼ଖଣ୍ଡ ଧାନବାଦ ଜିଲାର ଶୁଭମ କୁମାର ସିଂହ। ଏ ନେଇ ପାରାଦୀପ ଆଦର୍ଶ ଥାନାରେ ହତ୍ୟା ମାମଲା (ନଂ. ୫୪/୨୬) ରୁଜୁ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ସାରେ ଏସ୍‌ପି ଅଙ୍କିତ ବର୍ମା ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ମୃତା ଯୁବତୀଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳରେ। ସେ ଗତ ରବିବାର ପ୍ରେମିକ ସୋମନାଥଙ୍କ ସହ ଶାରଳା ମନ୍ଦିର ଯାଇଥିଲେ। ସେଠାରୁ ଫେରିବାବେଳେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ପ୍ରେମିକ ସୋମନାଥ ରାହାମାଠାରେ ଯୁବତୀଙ୍କୁ ଛାଡ଼ି ପଳାଇଥିଲେ। ରାହାମା ବଜାରରେ ଯୁବତୀଜଣକ ମନ ଦୁଃଖରେ ଠିଆ ହୋଇଥିଲାବେଳେ ମୁଖ୍ୟ ଅଭିଯୁକ୍ତ ଶୁଭମ୍‌ ତାଙ୍କୁ ପାରାଦୀପ ଠିକଣା ପଚାରି କଥାବାର୍ତ୍ତା କରିଥିଲେ। ଯୁବତୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ଶୁଭମ୍‌ ତାଙ୍କୁ ପାରାଦୀପ ତାରିଣୀଗଡ଼ାସ୍ଥିତ ଭଡ଼ାଘରକୁ ନେଇଥିଲେ। ଭଡ଼ାଘରେ ୭ ଜଣ ଯୁବକ ରହୁଥିଲେ। ଶୁଭମ୍‌ଙ୍କ କୋଠରିରେ ୩ ଜଣ ଥିଲେ। ରାତିରେ ଖାଇସାରି ଶୁଭମ୍‌ ଯୁବତୀଙ୍କୁ ନେଇ ଛାତ ଉପରେ ଭୟ ଦେଖାଇ ବଳାତ୍କାର କରିଥିଲେ। ଉକ୍ତ ଘଟଣାକୁ ଯୁବତୀ ଜଣକ ବାହାରେ କହିବେ ବୋଲି କହିବାରୁ ତାଙ୍କୁ ଛାତରୁ ଠେଲି ଶୁଭମ୍‌ ହତ୍ୟା କରିଥିଲେ ବୋଲି ଏସ୍‌ପି ବର୍ମା କହିଛନ୍ତି। ହତ୍ୟା ଘଟଣାରେ ପ୍ରେମିକ ସୋମନାଥଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଏସ୍‌ପି କହିଥିଲେ। ତେବେ ଯୁବତୀଙ୍କ ସହିତ ଗତ ଦୁଇ ବର୍ଷ ହେଲା ଦୈହିକ ସମ୍ପର୍କ ସ୍ଥାପନ କରିବା, ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଅଧାରାସ୍ତାରେ ଛାଡ଼ିବା ଆଦି ଘଟଣାରେ ସୋମନାଥଙ୍କୁ ଗିରଫ କରାଯାଇଛି।
ଜବତ ସାମଗ୍ରୀ ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ବାଇକ, ୩ ମୋବାଇଲ ଫୋନ୍‌, ଯୁବତୀଙ୍କ ପୋଷାକ ଆଦି ରହିଛି। ସାଇଣ୍ଟିଫିକ ଟିମ୍‌ ରିପୋର୍ଟ ଅନୁସାରେ ଜଣେ ବଳାତ୍କାର କରିଥିବା ଏସ୍‌ପି ବର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ ପୂର୍ବରୁ ପାରାଦୀପ ଆଦର୍ଶ ଥାନାରେ ଅପମୃତ୍ୟୁ ମାମଲା (ନଂ. ୫/୨୬) ଓ ତିର୍ତ୍ତୋଲ ଥାନାରେ ନିଖୋଜ ରିପୋର୍ଟ ଅନୁସାରେ ୨୩ ତାରିଖରେ ଷ୍ଟେଶନ୍‌ ଡାଏରୀ (ନଂ. ୧୯ /୨୬) ରୁଜୁ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଛାଡ଼ିଦେଇଛି ବୋଲି ଏସ୍‌ପି ବର୍ମା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଶୁକ୍ରୁ, ଶୀଳାଙ୍କୁ ଫାଇନାଲ୍‌ ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର/ଫୁଲବାଣୀ,୨୮ା୨(ତ୍ରିନାଥ ମହାନ୍ତି/ରାକେଶ କୁମାର ରାଉତ): ମାଓବାଦୀଙ୍କୁ ଡିଜିପି ଓ୍ବାଇ.ବି. ଖୁରାନିଆ ଶୁକ୍ରବାର ଅନ୍ତିମ ଚେତାବନୀ ଦେଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନ ହେଲେ ଏନ୍‌କାଉଣ୍ଟରର ଶିକାର…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri