Categories: ଜାତୀୟ

ଝାଡ଼ଖଣ୍ଡରେ ଭୂକମ୍ପ ଝଟ୍‌କା

ରାଞ୍ଚି,୨୧।୮: ଝାଡ଼ଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

Share