Categories: ଜାତୀୟ

ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ଦେଇପାରନ୍ତି ଇସ୍ତଫା

ରାଞ୍ଚି,୧।୯: ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଅପରାହ୍ନ ୪ଟାରେ ରାଜ୍ୟପାଳ ରମେଶ ବାଇସଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନିଜ ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ମାମଲାରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କ ନିକଟକୁ ଏହାର ସୁପାରିଶ ପଠାଇଥିଲେ। ଏଥିରେ ସୋରେନଙ୍କ ବିଧାନସଭା ସଦସ୍ୟତା ବାତିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ରାଜ୍ୟପାଳ ରମେଶ ବାଇସ ଏ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।
୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଶାସକ ମେଣ୍ଟର ୪୯ ଜଣ ବିଧାୟକ ଅଛନ୍ତି। ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ, ଇସ୍ତଫା ପରେ ଜେଏମଏ ପୁନର୍ବାର ସରକାର ଗଠନ ଲାଗି ଦାବି କରିବା ନେଇ ଆଲୋଚନା ଜୋର ଧରିଛି।

Share