Categories: ଜାତୀୟ

ଝାଡ଼ଖଣ୍ଡର ବିଧାୟକମାନେ ରାୟପୁର ସିଫ୍ଟ ହେବା ପାଇଁ ବୁକ୍ ହୋଇଛି ୭୨ ସିଟ୍ ବିଶିଷ୍ଟ ଚାର୍ଟର, ୪୭ କୋଠରୀ ରିସର୍ଟ

ରାଞ୍ଚି,୩୦ ।୮: ଝାଡ଼ଖଣ୍ଡରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖୁବଶୀଘ୍ର ବିଧାୟକମାନଙ୍କୁ ନେଇ ରାଞ୍ଚିରୁ ରାୟପୁର ଯିବେ । ଏଥିପାଇଁ ୭୨ ସିଟ୍ ବିଶିଷ୍ଟ ଇଣ୍ଡିଗୋ ଚାର୍ଟର ବିମାନ ବୁକ୍ କରାଯାଇଛି । ସନ୍ଧ୍ୟା ୪ଟାରେ ଇଣ୍ଡିଗୋ ଫ୍ଲାଇଟରେ ସମସ୍ତ ବିଧାୟକଙ୍କୁ ଝାଡ଼ଖଣ୍ଡରୁ ବାହାରକୁ ନିଆଯିବ ।

ସୂଚନାଯୋଗ୍ୟ, ରାୟପୁରରେ ମେଫେୟାର ରିସର୍ଟରେ ୪୭ କୋଠରୀ ରହିଛି । ଏହି ସମସ୍ତ କୋଠରୀକୁ ବିଧାୟକଙ୍କ ପାଇଁ ବୁକ୍ କରାଯାଇଛି । ଝାଡ଼ଖଣ୍ଡରୁ ଯାଉଥିବା ବିଧାୟକଙ୍କ ପାଇଁ ରାୟପୁର ରିସର୍ଟରେ ସନ୍ଧ୍ୟା ୬ଟା ସୁଦ୍ଧା ପହଞ୍ଚିଯିବାର ସମୟ ରହିଛି । ହେଲେ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଯିବେ ନାହିଁ ବୋଲି କୁହାଯାଉଛି ।
ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତାକୁ ନେଇ ସମସ୍ୟା ଉପୁଜିଛି । ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଧାୟକ ପଦରେ ଅଯୋଗ୍ୟ ଦର୍ଶାଇବା ନିର୍ଦ୍ଦେଶ ନିର୍ବାଚନ ଆୟୋଗଙ୍କୁ ପଠାଇବେ । ଏହା ପୂର୍ବରୁ ମେଣ୍ଟର ବିଧାୟକଙ୍କୁ ରାୟପୁର ସିଫ୍ଟ କରାଯାଉଛି ।

Share